ଡାକ୍ତରଖାନାରେ ନାହିଁ ଟିକା, ନିରାଶ ହୋଇ ଫେରୁଛନ୍ତି ଲୋକେ

0

ଢେଙ୍କାନାଳ : ଢେଙ୍କାନାଳରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନାର ଦ୍ବିତୀୟ ଲହରରେ ଜିଲ୍ଲାରେ କାୟା ମେଲାଇ ଚାଲିଥିବାବେଳେ ସେପଟେ କୋଭିଡ୍ ଟିକା ସରିଯାଇଥିବାରୁ ଜିଲ୍ଲାବ୍ୟାପୀ ଟିକାକରଣ ଠପ୍ ହୋଇଯାଇଛି । ଜିଲ୍ଲାବ୍ୟାପୀ ଆଜି ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାରେ ମୋଟ୍ ୧ ଲକ୍ଷ ୮ ହଜାର ୫୧୮ ଜଣଙ୍କୁ କୋଭିସିଲ୍ଡ ଟିକାଦାନ କରାଯାଇଥିବା ବେଳେ ଆହୁରି  ଅନ୍ୟୁନ ୨ ଲକ୍ଷ ଲୋକ ଟିକା ନେବାକୁ ରହିଥିବା ଜଣାପଡିଛି ।

ରବିବାରଠାରୁ ଢେଙ୍କାନାଳ ସଦର ମହକୁମା ଟିକାକରଣ କେନ୍ଦ୍ର ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରୁ ଟିକା ସରିଯାଇଥିବାରୁ ରବିବାରଠାରୁ ଟୀକା ଦାନ ବନ୍ଦ ରହିଛି । ସେହିପରି ସୋମବାର ଜିଲ୍ଲାର ଅନ୍ୟ ସମସ୍ତ ଟିକାକରଣ କେନ୍ଦ୍ରରେ ସରିଯାଇଥିବା ଜଣାପଡିଛି । ଫଳରେ ଜିଲ୍ଲାବ୍ୟାପୀ କୋଭିଡ୍ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଫଳରେ ଟିକା ଦେବାକୁ ଆସି ବୟସ୍କ ଲୋକଙ୍କଠାରୁ ଆରମ୍ଭ କରି ସମସ୍ତେ ଟିକାକରଣ କେନ୍ଦ୍ରରୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ତେବେ ଏ ସମ୍ପର୍କରେ ରାଜ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଥିବା ବେଳେ ଟିକା ଆସିଲେ ପୁଣି ଟିକାକରଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.