ଦମଦାର ପ୍ରଦର୍ଶନ ସତ୍ତ୍ୱେ ମହିଳା ହକିରେ ହାରିଲା ଭାରତ

0

ଜାପାନ : ମହିଳା ହକିରେ ଭାରତର ବ୍ରୋଞ୍ଜ ଆଶା ଧୂଳିସାତ୍ । ଟୋକିଓରେ ଲଢୁଆ ପ୍ରଦର୍ଶନ କରିବା ପରେ ବି ହାରିଛି ଭାରତ । ବ୍ରିଟେନଠାରୁ ୪-୩ରେ ହାରିଲା ଭାରତ । ଫଳରେ ବ୍ରୋଞ୍ଜ ପଦକ ହାସଲ କରିଛି ବ୍ରିଟେନ୍ । ଆଜି ଖେଳ ଆରମ୍ଭରୁ ଭାରତୀୟ ଦଳ ବ୍ରିଟେନକୁ କଡ୍ଡା ଟକ୍କର ଦେଇଥିଲେ । ପ୍ରାୟ ଦୀର୍ଘ ସମୟ ଧରି ବରାବର ରହିଥିଲା ସ୍ଥିତି । ଗ୍ରୁପ୍ ପର୍ଯ୍ୟାୟର ଶେଷ ଦୁଇଟି ମ୍ୟାଚ୍ ରେ ଭାରତ ଏକ ଭଲ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ରାଉଣ୍ଡରେ ପ୍ରବେଶ କରିଥିଲା । ବ୍ରିଟେନ ବିପକ୍ଷରେ ଦୁଇଟି ଗୋଲ ପଛରେ ରହି ସତ୍ତ୍ୱେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ସଫଳ ହୋଇଥିଲା । ହେଲେ ଶେଷ ମୂହୂର୍ତ୍ତରେ ବ୍ରିଟେନର ଭାଗ୍ୟ ସହାୟ ହେବା ପରି ଜିତାପଟ ମାରିଥିଲା ଦଳ । ଆଉ ପରାଜୟ ହାସଲ କରିଛି ଭାରତ ଦଳ ।

Leave A Reply

Your email address will not be published.