ଡ୍ୟାମରୁ ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

0

ଆନନ୍ଦପୁର : ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରେ ବୁଡି ନିଖୋଜ ଥିବା ସୋସ ଥାନା ବନ୍ତଳା ଗ୍ରାମର ସ୍ମାରକ ଜେନାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

ସୂଚନାନୁଯାୟୀ, ସୋସ ଥାନା ବନ୍ତଳା ଗ୍ରାମର ହୋମିଓପାଥି ଡାକ୍ତରୀ ଛାତ୍ର ସ୍ମାରକ ଜେନା ଆନନ୍ଦପୁର ଉପଖଣ୍ଡ ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରେ ବୁଡି ନିଖୋଜ ହୋଇଯାଇଥିଲେ। ଆଜି ଡ୍ୟାମରେ ସ୍ମାରକଙ୍କର ମୃତଦେହ ଭାସୁଥିବାରୁ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

 

ସୂଚନାରୁ ପ୍ରକାଶ ଯେ, ଗତ ୨୨ ତାରିଖ ଦିନ ସ୍ମାରକ ଏକାକୀ ଏକ ବାଇକରେ ହଦଗଡ଼ ଡ୍ୟାମ ବୁଲିବାକୁ ଆସି ଆଉ ଫେରି ନଥିଲେ। ଡ୍ୟାମ୍ ନିକଟରେ ତାଙ୍କର ବାଇକ୍ ଓ ଚପଲ ପଡିଥିବାରୁ ସେ ଡ୍ୟାମରେ ବୁଡ଼ିଯାଇଥିବା ପରିବାର ଲୋକେ ସନ୍ଦେହ କରୁଥିଲେ। ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି।

Leave A Reply

Your email address will not be published.