ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଶୁକ୍ରବାର ପୁଣି ଥରେ ମୂଲ୍ୟବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସୋସିଆଲ ମିଡିଆରେ ଟ୍ୱିଟ୍ କରି ସରକାରଙ୍କ ଅନ୍ଧାଧୁନିଆ ଶୁଳ୍କ ଅସୁଲି ଲାଗି ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେଉଥିବା ଉଲ୍ଲେଖ କରିଛନ୍ତି। ରାହୁଲ ତାଙ୍କ ଟ୍ୱିଟ୍ରେ କେରଳ କୋଭିଡ ପରିସ୍ଥିତିକୁ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଣୁ ରାଜ୍ୟବାସୀଙ୍କୁ କରୋନା କଟକଣା ପାଳନ କରିବା ଲାଗି ନିବେଦନ କରିଛନ୍ତି। ଟ୍ୱିଟରରେ ରାହୁଲ ଉଲ୍ଳେଖ କରିଛନ୍ତି ଯେ ଯେତେବେଳେ ସବୁ ସାମଗ୍ରୀ ମହଙ୍ଗା ହୋଇ ଯାଉଛି। ମୂଲ୍ୟ ବୃଦ୍ଧିକୁ ନେଇ ଖାଉଟି ଏବେ ଚିନ୍ତାରେ ପଡିଛି। ହେଲେ ଏଥିରୁ ଦୋକାନୀ,ଚାଷୀ ଅଥବା କ୍ଷୁଦ୍ର ଉତ୍ପାଦକର କୌଣସି ଲାଭ ପାଉ ନାହାନ୍ତି। କାରଣ ମୋଦି ସରକାର ଅନ୍ଧାଧୁନିଆ ଶୁଳ୍କ ଅସୁଲ କରୁଛନ୍ତି ବୋଲି ରାହୁଲ କହିଛନ୍ତି। ଏହା ପୂର୍ବରୁ ରାହୁଲ ପେଗାସସ୍କୁ ନେଇ ଟ୍ୱିଟରରେ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଥିଲେ।ପେଗାସସ୍କୁ ନେଇ ରାହୁଲ ଉଲ୍ଲେଖ କରିଥିଲେ ଯେ ଆମ ଗଣତନ୍ତ୍ରର ମୂଳଦୁଆ ସାଂସଦମାନେ ଲୋକଙ୍କ ଶ୍ୱର ଭାବେ ଜାତୀୟ ଗୁରୁତ୍ୱର ପ୍ରସଙ୍ଗ ଆଲୋଚନା କରିବା କଥା। ହେଲେ କେନ୍ଦ୍ରର ମୋଦି ସରକାର ସଂସଦରେ ସାଂସଦମାନଙ୍କୁ ସେମାନଙ୍କ କାମ କରାଇ ଦେଉ ନାହାନ୍ତି। ଏଣୁ ସଂସଦର ସମୟ ଆଉ ବ୍ୟର୍ଥ ନକରି ସରକାର ମୂଲ୍ୟବୃଦ୍ଧି, ଚାଷୀ ଓ ପେଗାସସ ସମ୍ପର୍କରେ ତୁରନ୍ତ ଆଲୋଚନା କରନ୍ତୁ ବୋଲି ହ୍ୟାସଟ୍ୟାଗ୍ରେ ଉଲ୍ଲେଖ କରିଥିଲେ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା