ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲେ ମହାରାଷ୍ଟ୍ର ସରକାର

0

ମୁମ୍ବାଇ  : ମହାରାଷ୍ଟ୍ରରେ କରୋନା ମାମଲା ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ରାଜ୍ୟରେ କରୋନାକୁ ଲଗାମ ଲାଗୁନାହିଁ। ଅନିୟନ୍ତ୍ରିତ କରୋନା ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ ରଖିଛନ୍ତି। ରାଜ୍ୟ ଶିକ୍ଷାମନ୍ତ୍ରୀ ବର୍ଷା ଗାୟକୱାଡ କହିଛନ୍ତି ଯେ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ମେ’ ଶେଷ ଆଡକୁ ଏବଂ ଦଶମ ବୋର୍ଡ ପରୀକ୍ଷା ଜୁନରେ କରାଯିବ। ବୋର୍ଡ ପରୀକ୍ଷା ନୂଆ ତାରିଖ ପରେ ଘୋଷଣା ହେବ। ସେ କହିଛନ୍ତି ଯେ ସିବିଏସସି, ଆଇସିଏସସି ଓ ଆଇବି ବୋର୍ଡକୁ ମଧ୍ୟ ଅନୁରୋଧ କରିବେ ଯେ ପରୀକ୍ଷା ତାରିଖ ଉପରେ ପୁନର୍ବିଚାର କରିବେ।

କରୋନା ସଂକ୍ରମଣର ବିସ୍ତାର ଯୋଗୁଁ ମହାରାଷ୍ଟ୍ର ସରକାର ସୋମବାର ଦିନ ସମ୍ପୂର୍ଣ ଲକଡାଉନ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ଲକଡାଉନକୁ ନେଇ ସରକାରୀ ଅଧିକାରୀ, ଟାସ୍କ ଫୋର୍ସ, ବ୍ୟବସାୟୀ ଓ ଅନ୍ୟମାନଙ୍କ ସହ ବୈଠକ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଅର୍ଥ ବିଭାଗ ସହ ମଧ୍ୟ ଏକ ବୈଠକ କରିବେ। ମାମଲାରେ କ୍ୟାବିନେଟ ବୈଠକ କରିବାର ମଧ୍ୟ ସମ୍ଭାବନା ରହିଛି। ବୈଠକ ପରେ ସମ୍ପୂର୍ଣ ଲକଡାଉନ ଘୋଷଣା ହୋଇପାରେ।

Leave A Reply

Your email address will not be published.