ଡାକ୍ତରଙ୍କୁ ମାଡ ଘଟଣାରେ ଦୁଇ ଅଭିଯକ୍ତ ଗିରଫ

0

ବାଲିପାଟଣା : ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ମାଡ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିପାଟଣା ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଅଠାନ୍ତର ଗ୍ରାମର ଚିତ୍ତରଞ୍ଜନ ବେହେରା ଏବଂ ରାକେଶ ବେହେରା । ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି । ୧୫ ଦିନ ଧରି ଦୁଇ ଅଭିଯୁକ୍ତ ଫେରାର ଥିଲେ । ଏମାନଙ୍କୁ ଧରିବା ପାଇଁ ପୋଲିସର ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ଚଢାଉ କରୁଥିଲା ।

ମଙ୍ଗଳବାର ଭୋର ସମୟରେ ଦୁଇ ଅଭିଯୁକ୍ତ ନିଆଳି ଅଞ୍ଚଳରେ ଆତ୍ମଗୋପନ କରିଥିବା ପୋଲିସ ଜାଣିବାକୁ ପାଇଥିଲା । ପରେ ପୋଲିସ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି । ଗତ ୧୯ ତାରିଖରେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ସାମାନ୍ୟ ଘଟଣାକୁ ନେଇ କାର୍ଯ୍ୟରତ ଡାକ୍ତର ରତିରଞ୍ଜନ ସ୍ଵାଇଁଙ୍କ ସହ ନର୍ସ ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ମାଡ ମାରିଥିଲେ ଦୁଇ ଅଭିଯୁକ୍ତ ।

Leave A Reply

Your email address will not be published.