ଡିସେମ୍ବରରୁ ଓଡ଼ିଶା ଆସିଛି ୟୁକେ ଷ୍ଟ୍ରେନ୍-ILS

0

ଭୁବନେଶ୍ୱର  : ଡିସେମ୍ବରରୁ ଆସିଛି ୟୁକେ ଷ୍ଟ୍ରେନ୍ । ଓଡ଼ିଶାରେ ଚିହ୍ନଟ ୟୁକେ ଷ୍ଟ୍ରେନ୍ ଡିସେମ୍ବରରୁ ଆସିଛି । ଏହାକୁ ନେଇ ଆତଙ୍କିତ ହେବାର ନାହିଁ । ମହାରାଷ୍ଟ୍ର ଓ ପଞ୍ଜାବରେ ଥିବା ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରମିତ । ସେସବୁ ରାଜ୍ୟରୁ ଆସୁଥିବା ଲୋକଙ୍କ ଟେଷ୍ଟିଂ, ଟ୍ରାକିଂ ଜରୁରୀ ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୨୦୦ ପାର୍‌ ହୋଇଛି କରୋନା ସଂକ୍ରମଣ । ଯାହାକି ଏକ ଚିନ୍ତାର ବିଷୟ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଟେଷ୍ଟିଂ-ଟ୍ରାକିଂ ଉପରେ ଗୁରୁତ୍ୱ ଦେଉଛନ୍ତି । ସେହିପରି ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବା ଦେଖି କରୋନା ଗାଇଡ଼ଲାଇନ୍‌କୁ କଡ଼ା କଡ଼ା ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର । ଭୁବନେଶ୍ୱରରେ ଥିବା ହଷ୍ଟେଲରେ ଆଜି ଠାରୁ କୋଭିଡ଼ ଟେଷ୍ଟ ଆରମ୍ଭ ହେବାକୁ ଯୋଜନା ରଖାଯାଇଛି ।

Leave A Reply

Your email address will not be published.