ଦେଢ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ

0

ଗଜପତି : ଗଜପତି ଜିଲ୍ଲା ଅବକାରୀ ବିଭାଗକୁ ବଡ ଧରଣର ସଫଳତା ମିଳିଛି । ଗୁରୁବାର ଅଡବା ଥାନା ଅନ୍ତର୍ଗତ କେଶଗୁଡା ଗ୍ରାମରୁ ଭୁବନେଶ୍ବରକୁ ଚାଲାଣ ହେଉଥିଲା ଗଞ୍ଜେଇ । ଦେଢ କ୍ବିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ ବେଳେ ଧରାପଡିଛି । ଘଟଣାରେ ପିକଅପ୍ ଭ୍ୟାନ୍ ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଜଣଙ୍କ ହେଲେ ଜଶବନ୍ତ ନାୟକ । ତାଙ୍କ ଘର ଯଦୁଗୁଡା ଗ୍ରାମର ବୋଲି ଜଣାପଡିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

Leave A Reply

Your email address will not be published.