ଦେଢ ଘଣ୍ଟା ଧରି ଅଟକି ରହିଲା ଆମ୍ବୁଲାନ୍ସ

0

ସୋର,:  ଶନିବାର ଖନ୍ତାପଡ଼ା ଥାନା କଷବା ଜୟପୁର ଠାରେ ଗଣେଷ ଜେନା ବିଲକୁ ଯାଉଥିବା ବେଳେ ବିଦ୍ୟତ ଆଘାତରେ ମୃତ୍ୟୁବରଣ କରିଥିଲେ । ବିଦ୍ୟୁତ ବିଭାଗର ବେପରୁଆ କାର୍ଯ୍ୟ ଯୋଗୁଁ ଏପରି ଅଘଟଣ ଘଟିଥିବା ଗାଁ ଲୋକେ କହିବା ସହ ରାସ୍ତା ଅବରୋଧ କରିଥିଲେ । ତେବେ ରାସ୍ତାରୋକ ବେଳେ ଏକ ଆମ୍ବୁଲାନ୍ସ ଫସି ଯାଇଥିଲା ।

ସୂଚନାନୁସାରେ, ଶନିବାର ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁବରଣ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଗାଁ ଲୋକେ କ୍ଷତିପୂରଣ ଦାବିରେ  ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ଏହି ସମୟରେ ଶହ ଶହ ସଂଖ୍ୟାରେ ଗାଡି ମୋଟର ରାସ୍ତାର ଉଭୟ ପାର୍ଶ୍ବରେ ଫସି ରହିଥିଲା । ଆଉ ଏହା ଭିତରେ ଭସି ଯାଇଥିଲା ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ । ଆମ୍ବୁଲାନ୍ସଟି ଦୀର୍ଘ ଦେଢ ଘଣ୍ଟା ଅଟକି ରହିବା ପରେ ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସଟି ମୁକୁଳିଥିଲା ।

Leave A Reply

Your email address will not be published.