ନୂଆଦିଲ୍ଲୀ : ଦିଲ୍ଲୀରେ ଏପ୍ରିଲ୍ ୩୦ ଯାଏ ନାଇଟ୍ କର୍ଫ୍ୟୁ ଘୋଷଣା ହେଲା । ଦିଲ୍ଲୀ ସରକାର ଆଜି ଏହି ନାଇଟ୍ କର୍ଫ୍ୟୁ ନେଇ ମୋହର ମାରିଛନ୍ତି । ରାତି ୧୦ରୁ ସକାଳ ୫ଟା ଯାଏ କଟକଣା ବଳବତ୍ତର ରହିବ । ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ଏହି ଖବର ଟ୍ୱିଟ୍ କରିଛି ।
ପୂର୍ବରୁ କୋଭିଡ୍-୧୯ ସଂକ୍ରମଣ ବୃଦ୍ଧି ପାଇବା ନେଇ ଦିଲ୍ଲୀ ସରକାର ନାଇଟ୍ କର୍ଫ୍ୟୁ ଲଗେଇବା ପାଇଁ ବିଚାର କରୁଥିଲେ । ଏହି ସ୍ଥିତି ଉପରେ ବିଚାରବିମର୍ଶ ଚାଲୁଥିଲା କି ରାତି ୧୦ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ଲାଗିବ ।
ନାଇଟ୍ କର୍ଫ୍ୟୁ ସମୟରେ ଟ୍ରାଫିକ୍ ମୁଭମେଣ୍ଟ ଉପରେ କୌଣସି ପ୍ରକାରର ରୋକ୍ ଲାଗିବ ନାହିଁ । ଯେଉଁ ଲୋକ ଭାକ୍ସିନ୍ ନେବାକୁ ଯିବେ ସେମାନଙ୍କୁ କଟକଣା କୋହଳ ହେବ , ହେଲେ ଇ-ପାସ୍ ନେବାକୁ ହେବ । ରାସନ , ପନିପରିବା ଦୁଗ୍ଧ ,ଔଷଧ ଆଦି ସଂପର୍କିତ ଦୋକାନକୁ ଯାତାୟାତ ପାଇଁ ଇ-ପାସ୍ ଦିଆଯିବ ।
ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ମିଡ଼ିଆ ମଧ୍ଯ ଇ-ପାସ୍ ମାଧ୍ୟମରେ ଯାତାୟତ କରିପାରିବେ । ଆଇଡ୍ କାର୍ଡ ଦେଖାଇ ପ୍ରାଇଭେଟ୍ ଡାକ୍ତର , ନର୍ସ ଓ ପାରା ମେଡିକାଲ ଷ୍ଟାଫ୍ଙ୍କୁ ଯିବାର ଅନୁମତି ମିଳିବ ।