ଦିଲ୍ଲୀରେ ରବିବାର ପୁଣି ଭୂକମ୍ପ ଝଟକା ଅନୁଭୁତ

0

ନୂଆଦିଲ୍ଲୀ : ଦିଲ୍ଲୀରେ ରବିବାର ପୁଣି ଭୂକମ୍ପ ଝଟକା ଅନୁଭୁତ ହୋଇଛି । ଭୂକମ୍ପ ଦିଲ୍ଲୀର ପଞ୍ଜାବୀ ବାଗ ଅଞ୍ଚଳରେ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୨.୧ ରହିଛି । ଭୂକମ୍ପ ୧୨ଟା ୨ ମିନିଟ୍ ସମୟରେ ହୋଇଥିଲା ।

ତେବେ ସରକାରୀ ସୂଚନା ଅନୁସାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ଆସିନି । କିନ୍ତୁ ଯେଉଁଭଳି ଦିଲ୍ଲୀରେ କମ୍ ତୀବ୍ରତାର ଛୋଟ ଛୋଟ ଭୂକମ୍ପ ଲଗାତର ହେଉଛି ଏହା ସମସ୍ତଙ୍କ ଚିନ୍ତା ବଢାଇଛି । ଦିଲ୍ଲୀରେ ଗତ ୩ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ଭୂକମ୍ପ । ୩୦ ମଇରେ ଦିଲ୍ଲୀରେ ଭୂକମ୍ପ ଆସିଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲ୍ ଅନୁସାରେ ୨.୪ ରହିଥିଲା ।

 

Leave A Reply

Your email address will not be published.