ଦେଶରେ କରୋନା ମହାମାରୀ ଘାତକ ସାଜିଥିବା ବେଳେ ଏବେ ଯକ୍ଷ୍ମା ମାମଲା ବୃଦ୍ଧି

0

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଠାରେ ଟିବି ମାମଲା ବୃଦ୍ଧିପାଉଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି । ଏଥିରେ ସମସ୍ତ କରୋନା ସଂକ୍ରମିତଙ୍କ ଠାରେ ଟିବି ଯାଞ୍ଚ କରିବାକୁ ଏବଂ ଟିବିରୁ ସୁସ୍ଥ ହୋଇଥିବା ଲୋକଙ୍କର କୋଭିଡ ପରୀକ୍ଷା କରିବାକୁ କହିଛି ମନ୍ତ୍ରାଳୟ।

ଏହା ସହ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୦ରୁ ଟିବି ଏବଂ କୋଭିଡ୍‌-୧୯ ମାମଲା ଖୋଜିବା ଏବଂ ତଥ୍ୟ ସଂଗ୍ରହ ପ୍ରକ୍ରିୟା ଗତିଶୀଳ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁସାରେ, ୨୦୨୦ରୁ କରୋନା ଲାଗି ପ୍ରତିବନ୍ଧ ଲାଗିବା ପରଠୁ ଯକ୍ଷ୍ମା ମାମଲାରେ ୨୫ ପ୍ରତିଶତ ହ୍ରାସ ଘଟିଛି। ବିଶେଷ ପ୍ରକ୍ରିୟା ମାଧ୍ୟମରେ ଏହି ମାମଲାକୁ ଆହୁରି କମ୍‌ କରିବା ପାଇଁ ପ୍ରୟାସ ଚାଲିଛି।

ତେବେ କରୋନା ଯୋଗୁ ଟିବି ହେଉଥିବା ନେଇ ପ୍ରର୍ଯ୍ୟାପ୍ତ ତଥ୍ୟ ମିଳିନାହିଁ ବୋଲି ସରକାର କହିଛନ୍ତି। ଉଭୟ କରୋନା ଏବଂ ଟିବି ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏଥିରେ କାଶ, ଜ୍ବର ଏବଂ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରୁଛନ୍ତି ରୋଗୀ। କିନ୍ତୁ ଟିବିର ଲକ୍ଷଣ ବିଳମ୍ବରେ ଆସୁଥିବା ବେଳେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଲକ୍ଷଣ ବେଶୀ ପ୍ରକାଶ ପାଏନାହିଁ।

ଏହା ବ୍ୟତୀତ ବ୍ଲାକ ଫଙ୍ଗସ୍‌ ଭଳି ପୋଷ୍ଟ କୋଭିଡ୍‌ ରୋଗକୁ ନଜରରେ ରଖି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାବନୀ ଦେଇ କହିଛି, ସାର୍ସ କୋଭ୍‌-୨ରେ ସଂକ୍ରିମତ ବ୍ୟକ୍ତିଙ୍କୁ ଯକ୍ଷ୍ମା ହେବାର ଅଧିକ ସମ୍ଭାବନା ରହିଛି । କାରଣ ବ୍ଲାକ ଫଙ୍ଗସ୍‌ ପରି ଟିବି ଏମିତି ଏକ ସଂକ୍ରମଣ ଯାହାକି ଶକ୍ତିହୀନ ଶରୀରକୁ ଆକ୍ରମଣ କରେ ।

Leave A Reply

Your email address will not be published.