ଦେଶକୁ ମିଳିପାରେ କରୋନା ବିରୋଧୀ ଆଉ ଏକ ଅସ୍ତ୍ର

0

ନୂଆଦିଲ୍ଲୀ, : କରୋନା ଭାଇରସ୍‌ ବିରୋଧରେ ଲଢ଼ିବା ପାଇଁ ଭାରତକୁ ଆଉ ଏକ ଅସ୍ତ୍ର ମିଳିପାରେ । ଟିକାକରଣ ଅଭିଯାନକୁ ଆଗକୁ ନେବା ପାଇଁ ଭାରତ ସରକାର ବାହାର ଦେଶ ସହିତ ଭ୍ୟାକ୍‌ସିନ୍‌ କିଣିବା ନେଇ ଆଲୋଚନା ଆରମ୍ଭ କରିଦେଇଛି । ଦେଶରେ ପ୍ରଥମେ ସୀରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‌ର ଭ୍ୟାକ୍‌ସିନ୍‌କୁ ଜରୁରୀକାଳୀନ ମଞ୍ଜୁରୀ ମିଳିଥିଲା । ଟିକାକରଣ ଅଭିଯାନ ଆରମ୍ଭ ହେବା ପରେ ମଝିରେ ମଝିରେ ଟିକା ଅଭାବ ମଧ୍ୟ ଦେଖିବାକୁ ମିଳିଥିଲା ।

ରିୟଟର୍ସ ମୁତାବିକ ୱାଲ୍‌ ଷ୍ଟ୍ରୀଟ୍‌ ଜର୍ଣ୍ଣାଲ ବୁଧବାର ଏହି ମାମଲାରେ ଜଡ଼ିତ ଥିବା କିଛି ଲୋକଙ୍କୁ ପ୍ରଶଂସା କରିବା ସହିତ ଭାରତ ଫାଇଜର୍‌ କିଣିବା ଆଗ୍ରହୀ ଥିବା ପ୍ରକାଶ କରିଛି । ଫାଇଜର୍‌. ଇନ୍‌ ଏବଂ ଜର୍ମାନ ପାର୍ଟନର ବାୟୋଏନ୍‌ଟେକ୍‌ ଏସ୍‌ଆଇ ଠାରୁ ୫୦ ମିଲିୟନ୍‌ ଡୋଜ୍‌ କିଣିବା ପାଇଁ ଭାରତ ଆଲୋଚନା କରିଛି । କିନ୍ତୁ ଭ୍ୟାକ୍‌ସିନ୍‌ କିଣିବାକୁ ନେଇ ଫାଇଜର ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଭ୍ୟାକ୍‌ସିନ୍‌ ପ୍ରଡକ୍ସନ କରୁଥିବା କମ୍ପାନୀ ଟିକା ଭାରତରେ ପ୍ରୟୋଗ ପାଇଁ ଏ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଠାରୁ ଅନୁମତି ମାଗିନଥିବା ଜଣାପଡ଼ିଛି ।

Leave A Reply

Your email address will not be published.