ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୫,୪୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୪ ଲକ୍ଷ ୭୪ ହଜାର ୭୭୩ରେ ପହଞ୍ଚିଛି । ସେହିପରି ମୋଟ ଆକ୍ଟିଭ କେସ ରହିଛି ୩ ଲକ୍ଷ ୧୯ ହଜାର ୫୫୧ ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା