ନୂଆଦିଲ୍ଲୀ, : ଦିନକୁ ଦିନ ଦେଶରେ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥାକୁ ଅଧିକ ସହଜ ଏବଂ ପ୍ରସାର କରିବା ପାଇଁ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି ଲାଗିପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ସୋମବାର) ଇଲେକ୍ଟ୍ରୋନିକ୍ ଭାଉଚରଭିତ୍ତିକ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ‘ଇ-ରୁପି’ର ଆଜି ଶୁଭାରମ୍ଭ କରିବେ । ଏ ନେଇ ଆୟୋଜିତ ହେବାକୁ ଥିବା ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଇ-ରୁପି ଶୁଭାରମ୍ଭ କରିବା ପରେ ଉଦ୍ବୋଧନ ଦେବେ । ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ନେଣଦେଣକୁ ବିକଶିତ କରିବା ଉପରେ ଗୁରୁତ୍ୱ ଦେଇଆସୁଛନ୍ତି । ଏହାକୁ ଅଧିକରୁ ଅଧିକ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି ।
ଉତ୍ତମ ଗଭର୍ଣ୍ଣାନ୍ସ ଲକ୍ଷ୍ୟକୁ ଆଗେଇ ନେବାରେ ଏହି ଇଲେକ୍ଟ୍ରୋନିକ୍ ଭାଉଚର ଡିଜିଟାଲ ବ୍ୟବସ୍ଥା ସହାୟକ ହେବ । ନ୍ୟାସନାଲ୍ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆ, ଅର୍ଥ ସେବା ବିଭାଗ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଏହି ବ୍ୟବସ୍ଥାକୁ ବିକଶିତ କରାଯାଇଛି । ଇ-ରୁପି ହେଉଛି ଏକ କ୍ୟୁଆର୍ କୋଡ୍ ବା ଏସ୍ଏମ୍ଏସ୍ ଭିତ୍ତିକ ଇ-ଭାଉଚର, ଯାହା ହିତାଧିକାରୀଙ୍କ ମୋବାଇଲ ଫୋନ୍କୁ ପଠାଯାଇଥାଏ । ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ବ୍ୟବହାରକାରୀ କୌଣସି କାର୍ଡ, ଡିଜିଟାଲ ପେମେଣ୍ଟ ଆପ୍ ଅଥବା ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର ନ କରି ଇ-ଭାଉଚର ପଠାଇ ପାରିବେ ।