ଧକ୍କା ହେଲେ ୨ ବାଇକ

0

ଜି ଉଦୟଗିରି,:   ଧକ୍କା ହେଲେ ୨ ବାଇକ । ଜଣେ ମୃତ । ଏପରି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଅଞ୍ଚଳରେ ।

ସୂଚନାନୁସାରେ, ରବିବାର ସକାଳେ ଜି ଉଦୟଗିରି ଅଞ୍ଚଳରେ ଦୁଇଟି ବାଇକ ମୁହାଁମୁହିଁ ହୋଇଛନ୍ତି । ସହରର ହାତୀଶାଳ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଛି । ବାଇକ ଦୁଇଟି ଧକ୍କା ହେବା ପରେ ଆରୋହୀମାନେ ରାସ୍ତାରେ ପଡିଯାଇଥିଲେ । ତେବେ ଜଣେ ଆରୋହୀ ଘଟମାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଆଉ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣାସ୍ଥଳକୁ ଆସି ବାଇକ ଦ୍ୱୟକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.