ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ

0

ମାଲକାନଗିରି : ମାଲକାନଗିରି ଜିଲ୍ଲା ପୋଲିସ ହାତରେ ଧରା ପଡିଲା ୧୫୨୦ କିଲୋଗ୍ରାମର ଚୋରା ଗଞ୍ଜେଇ । ଜବତ ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ ଦେଢ କୋଟି ଟଙ୍କା ହେବ ବୋଲି ଚିତ୍ରକୋଣ୍ଡା ଏସ.ଡି.ପି.ଓ କହିଛନ୍ତି । ବଣ୍ଡାଘାଟିର ମୁଦୁଲିପଡା ଠାରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା ଏହି ସବୁ ଗଞ୍ଜେଇ ।

ବିଶେଷ ସୁତ୍ରରୁ ଖବର ପାଇଁ ଖଇରପୁଟ ଥାନା ପୋଲିସ ଗୋବିନ୍ଦପାଲି ରାସ୍ତାରେ ଚଢାଇ କରିଥିଲା । ଚଢାଉ ବେଳେ ପୋଲିସ ହାତରେ ଧରା ପଡିଥିଲା ଗୋଟିଏ କାର ଓ ଗୋଟିଏ ପିକ୍ ଏପ୍ ଭ୍ୟାନ । ଗଞ୍ଜେଇ ସହ ୫ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି । ଗିରଫ ୫ ଜଣଙ୍କ ମଧ୍ୟରେ ବୈପାରିଗୁଡାର ଜଣେ ୱେବ ଚ୍ୟାନେଲର ସାମ୍ବାଦିକ ରହିଥିବା ଜଣା ପଡିଛି ।

Leave A Reply

Your email address will not be published.