ଧରା ପଡ଼ିଲା ବିରାଟକାୟ ଅଜଗର ସାପ

0

ମାଲକାନଗିରି : କୁକୁଡା ଖାଇବାକୁ ଯାଇ ଧରାପଡ଼ିଲା ବିରାଟକାୟ ଅଜଗର ସାପ । ମାଲକାନଗିରି ଜିଲ୍ଲା ସିଙ୍ଗରାଜକୋଣ୍ଡା ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା ।

ସିଙ୍ଗରାଜକୋଣ୍ଡା ଗାଁର କୋଷା ମାଢୀଙ୍କ ପୋଷା କୁକୁଡା ହଜିଯାଇଥିବା ବେଳେ ପରିବାର ଲୋକେ ଆଖ ପାଖରେ ଖୋଜିବାକୁ ଲାଗିଥିଲେ । କିନ୍ତୁ କୁକୁଡାଟିକୁ ପାଇନଥିଲେ । ସେତେବେଳକୁ କୁକୁଡା ଘର ଭିତରେ ପଶି କୁକୁଡାଟିକୁ ଗିଳିଦେଇଥିଲା ଅଜଗର । କୁକୁଡାଟିକୁ ଗିଳିବା ପରେ ଆଉ ହଲି ପାରିନଥିଲା ଅଜଗର । ପରେ ଗାଁ ଲୋକେ ଏହାକୁ ଦେଖି ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ ଲାଇନ୍‌ର ସଦସ୍ୟମାନେ ସେଠାରେ ପହଞ୍ଚି ସାପଟିକୁ ଧରିବା ସହ ଅଜଗର ପେଟରୁ କୁକୁଡାଟିକୁ ବାହାର କରିଥିଲେ । ପରେ ୯ ଫୁଟ ଲମ୍ବର ଏହି ଅଜଗରକୁ ନେଇ ଜଙ୍ଗଲ ଭିତରେ ଛାଡ଼ି ଦେଇଛନ୍ତି ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ।

Leave A Reply

Your email address will not be published.