ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା

0

ଭଦ୍ରକ   : ଧାରୁଆ ମାରଣାସ୍ତ୍ରରେ ମହିଳାଙ୍କୁ ପିଟି ପିଟି ହତ୍ୟା । କୁରାଢ଼ୀରେ ଅତି ନୃଶଂସ ଭାବେ ମହିଳାଙ୍କ ମୁଣ୍ଡକୁ ଛେଚି ହତ୍ୟା ।  ମୃତ ମହିଳା ଜଣଙ୍କ ହେଲେ ଛବିଲତା ସାହୁ । ପରକିୟା ପ୍ରୀତି ସନ୍ଦେହରେ ସ୍ୱାମୀ ଏଭଳି ଅମାନୁଷିକ ଭାବେ ସ୍ତ୍ରୀକୁ ମାରିଥିବା ସନ୍ଦେହ କରାଯାଉଛି ।ପୋଲିସ ପହଞ୍ଚି ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି ।

ଖବର ଅନୁଯାୟୀ,  ଭଦ୍ରକ ଗ୍ରାମାଞ୍ଚଳ ଥାନା କାଉପୁର ପଞ୍ଚାୟତ ଏଡାଦେଇ ଗାଁର ଗୋବିନ୍ଦ ସାହୁ ଓ ତାଙ୍କ ସ୍ତ୍ରୀ  ଛବି ଲତା ଏକାକୀ ରହୁଥିଲେ ।  ତାଙ୍କର ଦୁଇ ପୁଅ ବାହାର ରାଜ୍ୟରେ ଘରୋଇ କମ୍ପାନୀ ରେ ରହି କାମ କରୁଛନ୍ତି । କିନ୍ତୁ ଶୁକ୍ରବାର ରାତିରେ କୌଣସି ଘଟଣାକୁ ନେଇ ଉଭୟ ସ୍ୱାମୀ -ସ୍ତ୍ରୀ ମଧ୍ୟରେ ଝଗଡା ଲାଗିଥିଲା । ଏହାପରେ ସ୍ୱାମୀ କୁରାଢ଼ୀରେ ସ୍ତ୍ରୀର ମୁଣ୍ଡକୁ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।  ସ୍ତ୍ରୀର ମୃତ ଶରୀର ଘର ଭିତରେ ପଡ଼ିଥିବା ବେଳେ ପରକିୟା ପ୍ରୀତି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।  ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଲିସ ତଦନ୍ତ ପରେ ଏହି ଅମାନୁଷିକ ହତ୍ୟା ଘଟଣାର ସ୍ପଷ୍ଟ ସୂଚନା ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.