ପାଟଣା, : କେନ୍ଦୁଝର ଜିଲ୍ଲା ବାରିଆ ଥାନା ସାନ ନେଉଳି ଗାଁରେ ଘଟିଛି ଅଭାବନୀୟ ଘଟଣା । ଡିବିରିରୁ ନିଆଁ ଲାଗି ମାଆ ପୁଅ ଜଳି ଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁରୁତର ହେଲେ ମା ଶକୁନ୍ତଳା ମୁଣ୍ଡା ଓ ତାଙ୍କର ୧୨ ବର୍ଷର ପୁଅ ବିପିନ ମୁଣ୍ଡା । ସୂଚନା ଅନୁସାରେ ସୋମବାର ରାତିରେ ପୁଅକୁ ଖାଇବାକୁ ବାଢ଼ୁଥିବା ସମୟରେ ଶକୁନ୍ତଳାଙ୍କ ଲୁଗା କାନୀରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ସାରା ଶରୀରକୁ ନିଆଁ ବ୍ୟାପି ଯାଇଥିଲା ।ମାଆକୁ ବଞ୍ଚାଇବାକୁ ପୁଅ ଯାଇଥିବା ସମୟରେ ଶକୁନ୍ତଳା ପ୍ରାଣ ବିକଳରେ ପୁଅକୁ ଜାବୁଡି ଧରିଥିଲେ । ଫଳରେ ଘଟଣା ସ୍ଥଳରେ ଦୁଇ ଜଣ ନିଆଁରେ ପୋଡି ଗୁରୁତର ହୋଇ ପଡ଼ିଥିଲେ ।
ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରି ଉଭୟଙ୍କୁ ୧୦୮ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅଵସ୍ଥା ସଙ୍କଟାପନ୍ନ ଥିବା ଜଣା ପଡିଛି ।