ଦିଘା ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ଛାତ୍ର

0

ଭୋଗରାଇ : ଓଡିଶା ସୀମା ଦିଘା ସମୁଦ୍ରରେ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ । ସମୁଦ୍ରରେ ବୁଡି ଜଣେ ଏକାଦଶ ଶ୍ରେଣୀ ଛାତ୍ର ନିଖୋଜ ହୋଇଛନ୍ତି। ପଶ୍ଚିମବଙ୍ଗ ଦିଘା ସମୁଦ୍ରରେ ଗାଧୋଇବାକୁ ଯାଇ ସେ ନିଖୋଜ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କଲିକତା ହାୱଡା ଶିବପୁର ମନ୍ଦିରତୋଳାର ଛାତ୍ର ନିଜ ପରିବାର ଓ ବନ୍ଧୁଙ୍କ ସହ ଦିଘା ବୁଲିବାକୁ ଆସିଥିଲେ । ସକାଳେ ୮ଟାରେ ପହଞ୍ଚି ଏକ ହୋଟେଲରେ ଥିଲେ । ଅପରାହ୍ନ ୪ଟାରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସମସ୍ତେ ଆସିଲେ ମାତ୍ର ଶୈକତ ଦତ୍ତ ଏକାଦଶ ଶ୍ରେଣୀର ଛାତ୍ର ସମୁଦ୍ରରେ ବୁଡି ଯାଇଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନ ପାଇ ଦିଘା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମଧ୍ୟରାତ୍ରି ପର୍ଯ୍ୟନ୍ତ ପୋଲିସ ଖୋଜିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଇନାହାନ୍ତି

Leave A Reply

Your email address will not be published.