ଦିଲ୍ଲୀରୁ ଚୋରି କରି ଭୁବନେଶ୍ବରରୁ ଗିରଫ

0

ଭୁବନେଶ୍ବର : ଦିଲ୍ଲୀରୁ ଚୋରି କରି ଭୁବନେଶ୍ବରରୁ ଗିରଫ ହେଲା ଚୂନଲଗା ଚାକରାଣୀ । କୋଟିଏ ଟଙ୍କାର ଡାଇମଣ୍ଡ ଓ ସୁନାଗହଣା ଲୁଟ୍ ନେଇ ହୋଇଥିଲା ଅଭିଯୋଗ ହୋଇଥିଲା । ଦିଲ୍ଲୀ ଦ୍ବାରକାନଗରରେ ରହୁଥିବା ଶ୍ୟାମଲାଲଙ୍କ ଘରୁ ଏହି ଚୋରୀ ହୋଇଥିଲ । ଘଟଣାରେ ଦିଲ୍ଲୀ ପୋଲିସ ଛାନଭିନ କରି ଭୁବନେଶ୍ବରରେ ପହଞ୍ଚିଥିଲା ।

ଭୁବନେଶ୍ବର ସାଲିଆ ସାହିରେ ରହୁଥିବା ସୁଜାତା ମହାପାତ୍ରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ତା ନିକଟରୁ ଚୋରି ହୋଇଥିବା ସମସ୍ତ ଗହଣା ମଧ୍ୟ ଉଦ୍ଧାର ହୋଇଛି । ତେବେ ସୁଜାତାକୁ ଗିରଫ କରି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣିଛି ପୋଲିସ । ସୁଜାତା ଶ୍ୟାମଲାଲଙ୍କ ଘରେ ମେଡ୍ ସରଭ୍ୟାଣ୍ଟ ଭାବେ କାମ କରୁଥିଲେ । ତେବେ ଏହି ଚୋରି ଘଟଣାରେ ଆଉ କିଏ ସାମିଲ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ।

Leave A Reply

Your email address will not be published.