ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର ଠକେଇ

0

ଚନ୍ଦ୍ରଶେଖରପୁର: ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା କେହି ଠକଙ୍କ ହାବୁଡ଼ରେ ପଡ଼ୁଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇ ଜଣ ବ୍ୟକ୍ତି ସାଇବର ଲୁଟ୍‌ର ଶିକାର ହୋଇଛନ୍ତି। ସିମ୍‌ କଟିଯିବାର ଭୟ ଦେଖାଇ ଜଣେ ମହିଳାଙ୍କଠୁ ୩୯ ହଜାର ଠକି ନେଇଥିବା ବେଳେ ଅନ୍ୟ ଜଣେ ଯୁବକଙ୍କ କ୍ରେଡିଟ୍‌ କାର୍ଡର କେୱାସି ପୂରଣ କରିବା ନାଁରେ ୨୫ ହଜାର ଟଙ୍କା ଗାଏବ କରି ନେଇଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଦୁଇଟି ଏତଲା ଦିଆଯାଇଛି।

ସୂଚନା ଅନୁଯାୟୀ, କୈଳାସ ବିହାରରେ ରହୁଥିବା ଅନିତା ସାମନ୍ତରାୟଙ୍କୁ ଆଜି ଏକ ଫୋନ୍‌ କଲ ଆସିଥିଲା । ଠକ ଜଣଙ୍କ କହିଥିଲା ତୁମ ସିମ୍‌ର ବୈଧତା ଶେଷ ହୋଇଯିବ। ତୁରନ୍ତ ରିଚାର୍ଜ ନକଲେ ସିମ୍‌ ସବୁ ଦିନ ପାଇଁ ବନ୍ଦ ହୋଇଯିବ। ମହିଳ ଜଣଙ୍କ ଏ କଥା ଶୁଣି ବିଚଳିତ ହୋଇଯାଇଥିଲେ। ଯେହେତୁ ପୁରୁଣା ନମ୍ବର କେମିତି କ’ଣ କରିବେ କିଛି ଜାଣିପାରି ନଥିଲେ। କେମିତି ରିଚାର୍ଜ ହେବ ସେନେଇ କଥାବାର୍ତ୍ତା ହୋଇଥିଲେ। ଠକ ଜଣଙ୍କ ଏକ ଲିଙ୍କ ପଠାଇଥିଲା। ମହିଳା ଜଣଙ୍କ ସେ ଲିଙ୍କ୍‌କୁ ଖୋଲି ପଞ୍ଜିକରଣ କରିବା ପରେ ତାଙ୍କ ଆକାଉଣ୍ଟରେ ଥିବା ୩୯ ହଜାର ଟଙ୍କା କଟି ଯାଇଥିଲା।

ସେହିପରି ଶୈଳଶ୍ରୀ ବିହାରରେ ରହୁଥିବା ସୁଶିଲ କୁମାର ପଣ୍ଡାଙ୍କ ଆରବିଏଲ ବ୍ୟାଙ୍କରେ ଏକ କ୍ରେଡିଟ୍‌ କାର୍ଡ ରହିଛି । ତାଙ୍କୁ କେୱାସି ପୂରଣ ପାଇଁ ଏକ ଫୋନ୍‌ କଲ ଆସିଥିଲା । ତୁରନ୍ତ କେୱାସି ପୂରଣ ନକଲେ କେଡ୍ରିଟ୍‌ କାର୍ଡ ସବୁଦିନ ପାଇଁ ବ୍ଲକ୍‌ ହୋଇଯିବ ବୋଲି ଠକ କହିଥିଲା। ସୁଶିଲ କେୱାସି ପୂରଣ କରିବା ପାଇଁ ଠକ ଜଣଙ୍କ ସହ କଥା ହୋଇଥିଲେ। ଠକ ଜଣଙ୍କ ଏକ ମେଲ୍‌ ପଠାଇଥିଲା । ସୁଶିଲ ମେଲ୍‌ ପୂରଣ କରି ପଠାଇବା ପରେ ତାଙ୍କ କେଡିଟ୍‌ କାର୍ଡରେ ଥିବା ୨୫ ହଜାର ଟଙ୍କା କଟି ଯାଇଥିଲା। କଷ୍ଟମର୍‌ କେୟାର ଫୋନ୍‌ କରିବାରୁ ଜଣପଡ଼ିଥିଲା, ଠକ ଜଣଙ୍କ ଗୁରଗାଓଁରୁ ଏହା ସପିଂ କରିଛି।

Leave A Reply

Your email address will not be published.