ଓ୍ବେଲିଂଟନ୍ : ଦୀର୍ଘ ୬ ମାସ ପରେ କେବଳ ଗୋଟିଏ କରୋନା ମାମଲା ମିଳିବା ପରେ ଆକ୍ସନ ମୁଡ୍ରେ ସରକାର । ଜଣେ ସଂକ୍ରମିତ ଚିହ୍ନଟ ହେବା ପରେ ଦେଶରେ ପୁଣି ଥରେ ଲକଡାଉନ୍ ଲଗାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ନ୍ୟୁଜିଲାଣ୍ଡରେ ୬ ମାସ ପରେ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସଂକ୍ରମଣ ଡେଲ୍ଟା ଭାରିଏଣ୍ଟ ଦ୍ବାରା ଆରମ୍ଭ ହୋଇଥିବା ଆଶଙ୍କା କରାଯାଉଛି । ଏହାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ଜେସିକା ଆଡର୍ଣ୍ଣ ପୂରା ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି।
ସବୁଠୁ ବଡ଼ କଥା ହେଉଛି ଗତ ଛଅ ମାସ ହେଲା ଦେଶରେ ଜଣେ ହେଲେ ବି ସଂକ୍ରମିତ ଚିହ୍ନଟ ହୋଇନଥିଲେ କିନ୍ତୁ ଏବେ ଜଣେ କେମିତି କରୋନା କବଳରେ ଆସିଲେ। ଏହାକୁ ଡେଲଟା ଭାରିଏଣ୍ଟ ସଂକ୍ରମଣ ହୋଇଥିବା ନେଇ ଆଶଙ୍କା ବୃଦ୍ଧିପାଇଥିବା ବେଳେ ନ୍ୟୁଜିଲାଣ୍ଡରେ ଭୟର ବାତାବରଣ ରହିଛି । ସରକାର ଏଥିପାଇଁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ଟେଲିଭିଜନ୍ ମାଧ୍ୟରେ ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଜେସିକା ଆଡର୍ଣ୍ଣ କହିଛନ୍ତି, ‘ଆମେ ଜାଣିପାରୁଛୁ ଯଦି ଏହି ଭାରିଏଣ୍ଟ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଯାଏ ତେବେ ଏହାର ପରିଣାମ କଣ ହୋଇପାରେ । ତେଣୁ ଏହାକୁ ରୋକିବା ପାଇଁ ଗୋଟିଏ ପଦକ୍ଷେପ ନେଇଛୁ ଏବଂ ଏଥିରୁ ଲାଭ ମିଳିପାରେ।’
ତେବେ ସଂକ୍ରମଣ ପୁଣି ଥରେ ନବ୍ୟାପିବା ପାଇଁ ୩ ଦିନ ପାଇଁ ଦେଶବ୍ୟାପୀ ଲକ୍ଡାଉନ ଲଗାଇ ଦିଆଯାଇଛି । ଆଜିଠୁ (ମଙ୍ଗଳବାର) ଲକଡାଉନ୍ ଲାଗିଥିବା ବେଳେ ମାସ୍କ ଏବଂ ସାମାଜିକ ଦୂରତା ଉପରେ ଜୋର ଦେଇଛନ୍ତି ସରକାର । ବିଶ୍ବରେ କରୋନା ମୁକାବିଲା କ୍ଷେତ୍ରରେ ନ୍ୟୁଜିଲାଣ୍ଡକୁ ପ୍ରଶଂସା କରାଯାଉଛି । କାରଣ ୫୦ ଲକ୍ଷ ଜନସଂଖ୍ୟା ଥିବା ଦେଶରେ କରୋନାରେ କେବଳ ୨୬ ଜଣଙ୍କ ମୃତ୍ୟୁ ହୋଇଛି ।