ପାଟଣା: କରୋନା ପ୍ରତିଷେଧକ ଟିକା ନେବା ପରେ ଯେଉଁ ଲୋକ ଭାବୁଛନ୍ତି କି ସେମାନଙ୍କୁ ଆଉ କରୋନା ସଂକ୍ରମିତ କରିବ ନାହିଁ ଏବଂ ସେମାନେ କୋଭିଡ୍ ଗାଇଡଲାଇନ ଆଦୌ ମାନୁନାହାନ୍ତି, ଏହି ଖବର ସେମାନଙ୍କର ଆଖି ଖୋଲିଦେବ । ବିହାର ସରକାର ମଙ୍ଗଳବାର ସୂଚନା ଦେଇଛନ୍ତି କି ରାଜଧାନୀ ପାଟନାରେ ଟିକାର ଦ୍ୱିତୀୟ ଡୋଜ୍ ନେବା ପରେ ବି ୧୮୭ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଭିତରେ ଅନେକ ଡାକ୍ତର ଓ ନର୍ସ ଅଛନ୍ତି । ଏମାନେ ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ୍ ନେଇଥିଲେ ଏବଂ ପ୍ରାୟ ମାସକ ତଳେ ଟିକାର ଦ୍ୱିତୀୟ ଡୋଜ୍ ନେଇଥିଲେ ।
ଦ୍ୱିତୀୟ ଡୋଜ୍ ନେବା ପରେ ଦେହରେ ଆଣ୍ଟିବଡି ସୃଷ୍ଟି ହେବା ପାଇଁ ୧୪ ଦିନ ଦରକାର ହୁଏ ବୋଲି ସରକାର କହୁଛନ୍ତି । ସେଇ ୧୪ ଦିନ ବି ବିତିସାରିଲାଣି । ହେଲେ ଏହାପରେ ବି ଏତେସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ତେବେ ଆଶ୍ୱସ୍ତିର ବିଷୟ ହେଉଛି କି ଏମାନଙ୍କ ଭିତରୁ କାହାର ବି ଅବସ୍ଥା ଗୁରୁତର ହୋଇନାହିଁ । ଟିକା ନେଇଥିଲେ ଅବସ୍ଥା ଗୁରୁତର ହେବା ସମ୍ଭାବନା ୮୦% କମ୍ ଥାଏ ବୋଲି ବିଶେଷଜ୍ଞମାନେ ଆଗରୁ ମତ ଦେଇଥିଲେ ।