ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ତୃତୀୟ ଦିନ

0

ଭୁବନେଶ୍ୱର :  ଆଜି ଦ୍ୱିତୀୟ ପର୍ଯ୍ୟୟ ବଜେଟ ଅଧିବେଶନ ତୃତୀୟ ଦିନ । ଗୃହ ଠିକ୍ ରେ ଚାଲିବ କି ନାହଁ ସେ ନେଇ ଆଶଙ୍କା ଦେଖାଦେଇଛି । ଉଭୟ ଶାସକ ଓ ବିରୋଧୀ ଦଳ ନିଜ ନିଜ ଜିଦରେ ଅଟଳ ଅଛନ୍ତି ।

ଆଜି ବି ଗୃହ ଆରମ୍ଭରୁ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ସମ୍ଭାବନା ରହିଛି । ଶାସକ ଦଳ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ଗୃହରେ କ୍ଷମା ମାଗିବାକୁ ଦାବି କରି ଜିଦରେ ଅଟଳ ରହିଛି । ବିଜେପି ବିଧାୟକ ଗୃହରେ ସାନିଟାଇଜର ପିଇ ଗୃହର ମର୍ଯ୍ୟାଦାହାନୀ କରିଛନ୍ତି । ଏପଟେ ବିରୋଧୀ ଚାଷୀଙ୍କ ସମସ୍ତ ଧାନ ଉଠେଇବା ଦାବିରେ ଅଡ଼ି ବସିଛନ୍ତି। ଯେଉଁଥିପାଇଁ ଗୃହରେ ଅଚଳାବସ୍ଥା ଦେଖାଦେଇଛି।

ସେପଟେ ଆଜି ପ୍ରଶ୍ନ କାଳରେ ଅତି ଗୁରୁତ୍ବପୂର୍ଣ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ , ଇସ୍ପାତ ଓ ଖଣି, ଅବକାରୀ, ସାଧାରଣ ପ୍ରଶାସନ ବିଭାଗର ଆଲୋଚନା ରହିଛି । ଏହା ସହିତ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଯଦି ବିଧାନସଭା ସ୍ୱାଭାବିକ ରହେ ତା ହେଲେ ଏସବୁ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.