ଦ୍ବିତୀୟ ଟି-୨୦: ପ୍ରଥମେ ବୋଲିଂ କରିବ ଟିମ୍‌ ଇଣ୍ଡିଆ

0

ଭାରତ-ଇଂଳଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବତୀୟ ଟି-୨୦ରେ ଟସ୍‌ ଜିତିଲା ଟିମ୍‌ ଇଣ୍ଡିଆ। ଅଧିନାୟକ ବିରଟ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଇଂଲଣ୍ଡ କରିବ ପ୍ରଥମେ ବ୍ୟାଟିଂ।। ପ୍ରଥମ ଟି-୨୦ରେ ଟିମ୍‌ ଇଣ୍ଡିଆକୁ ୮ ଓ୍ବିକେଟରେ ଇଂଲଣ୍ଡ ଟିମ୍‌ ଦ୍ବିତୀୟ ମ୍ୟାଚରେ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପଟେ ପ୍ରଥମ ମ୍ୟାଚରେ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆ ଦ୍ବିତୀୟ ମ୍ୟାଚରେ ବିଜୟୀ ହୋଇ ସିରିଜ ବରାବର କରିବାକୁ ଚେଷ୍ଟା କରିବ।

ପ୍ରଥମ ମ୍ୟାଚ ହାରିବା ପରେ ଟିମ୍‌ ଇଣ୍ଡିଆ ଦଳରେ କରିଛି ଅଦଳବଦଳ। ପ୍ରଥମ ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ଶିଖର ଧାଓ୍ବନ ଓ ଅକ୍ଷର ପଟେଲଙ୍କୁ ବାଦ ଦେଇଛି ଟିମ୍‌ ଇଣ୍ଡିଆ। ତାଙ୍କ ବଦଳରେ ଆଇପିଏଲର ଦୁଇ ଷ୍ଟାର ଖେଳାଳି ଇଶାନ୍‌ କିଷାନ ଓ ସର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ଦେଇଛି ଟିମ୍‌ ମ୍ୟାନେଜମେଣ୍ଟ। ଏହି ଦୁଇ ଖେଳାଳି ଇଣ୍ଟରନ୍ୟାଶନାଲ କ୍ରିକେଟରେ କରିବେ ଡେବ୍ୟୁ।

ଭାରତୀୟ ଦଳ: ବିରାଟ କୋହଲି, ଇଶାନ କିଷନ, କେଏଲ ରାହୁଲ, ଶ୍ରେୟସ୍‌ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ସୂର୍ଯ୍ୟକୁମାର ଯାଦବ, ୟୁଜବେନ୍ଦ୍ର ଚହଲ, ଓ୍ବାଶିଂଟନ୍‌ ସୁନ୍ଦର, ଶାର୍ଦ୍ଦୁଲ ଠାକୁର।

ଇଂଲଣ୍ଡ ଦଳ: ଜାସନ୍‌ ରୟ, ଜୋସ୍‌ ବଟଲର, ଡେଭିଡ୍‌ ମଲାନ, ଜୋନି ବୟାରିଷ୍ଟୋ, ଇୟନ୍‌ ​‌ମୋର୍ଗାନ୍‌, ବେନ୍ ଷ୍ଟୋକସ୍‌, ସାମ୍‌ କରନ୍‌, ଜୋଫ୍ରା ଆର୍ଚର, କ୍ରିସ୍‌ ଜୋର୍ଡନ୍, ଆଦିଲ ରସିଦ ଏବଂ ଟମ୍‌ କୋରାନ୍

Leave A Reply

Your email address will not be published.