ସମ୍ବଲପୁର : ଭୀମସାର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ଅସହାୟ ମହିଳା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କୁ ଶ୍ମଶାନକୁ ନେଇ ମୁଖାଗ୍ନି ଦେବା ସହ ମହାନଦୀରେ ଅସ୍ଥି ବିସର୍ଜନ କରିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ । ଫଳରେ ରାମଚନ୍ଦାନୀଙ୍କ ମହାନତାକୁ ନେଇ ଟ୍ବିଟ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଭଳି କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।ସୂଚନା ଅନୁସାରେ, ଗତ ୨୦୧୮ ଜୁଲାଇ ୧୨ରେ ସୋନପୁର ବୀରମହାରାଜପୁର ଜଲେବିରା ଗାଁର ବୃଦ୍ଧା ପୁଷ୍ପାଂଜଳୀ ବାଗ ପକ୍ଷାଘାତ ଯୋଗୁଁ ଭୀମସାରରେ ଭର୍ତ୍ତି ହୋଇଥିଲେ | କିଛି ଦିନ ଚିକିତ୍ସା ପରେ ତାଙ୍କୁ ହସ୍ପିଟାଲରେ ଛାଡି ଚାଲିଗଲେ ପରିବାର ଲୋକେ | ଏହା ଦେଖି ସେହିଦିନଠାରୁ ଲାଳନ ପାଳନ ସହ ଯାହା ଦରକାର ଯୋଗାଇଦେଇଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ | ଚିକିତ୍ସାଧିନ ଅବସ୍ଥାରରେ ହଠାତ ମୃତ୍ୟୁ ପରେ କେହି ମୃତ ମହିଳାଙ୍କ ପରିଜନ କେହି ନଆସିବାରୁ ନିଜେ ଦେଇ ମୁଖାଗ୍ନି ଦେଇ ମାନବିକତାର ପରିଚୟ ଦେଇଛନ୍ତି |
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା