ଦୋକାନରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ

0

ଜୟପୁର, : ପଥରରେ ଛେଚି ଯୁବକଙ୍କୁ ହତ୍ୟା । ଚା’ ଦୋକାନରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । ଏପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁରରେ ।

ସୂଚନାନୁସାରେ, ଶୁକ୍ରବାର ସକାଳେ ଏକ ଚା ଦୋକାନ ଭିତରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଲକ୍ଷ୍ମୀ ଇନ୍ଦିରା ପଣ୍ଡା ଛକ ନିକଟରେ ଏହି ଚା ଦୋକାନ ରହିଛି । ତେବେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ସେ କିଛିଦିନ ହେବ ସେ ଏଠାରେ ଲୋକଙ୍କଠାରୁ ମାଗିଯାଚି ଚଳୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.