ଉଦଳା : ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ଖିଅ ପଦାକୁ ଆସିବାରେ ଲାଗିଛି । ସୌମ୍ୟଙ୍କ ମୃତ୍ୟୁ ଘଟଣା ଅଡୁଆ ସୂତା ପରି ଗୁଡାଇ ହେବାରେ ଲାଗିଥିବା ବେଳେ ଡ୍ରାଇଭର ବଖାଣିଛନ୍ତି ସେହି ରାତିର କଥା । ଇଏ ହେଉଛନ୍ତି ସେଇ ଡ୍ରାଇଭର ଯିଏ ଘଟଣା ଦିନ ବିଦ୍ୟାଭାରତୀଙ୍କ ମାଆ ଏବଂ ବାପାଙ୍କୁ ନେଇ କଟକ ଏସସିବିକୁ ଯାଇଥିଲେ । ସେଠାରୁ ବିଦ୍ୟାଭାରତୀଙ୍କୁ ସାଙ୍ଗରେ ନେଇ ଗୌଡଗାଁ ଫେରିଥିଲେ । ନ କହି ନ କହି ଅନେକ କଥା କହିଯାଇଛନ୍ତି ଡ୍ରାଇଭର ଦିବାକର ମହାପାତ୍ର । ତାଙ୍କ କହିବା ଅନୁସାରେ ସେଦିନ ରାତି ସାଢେ ୯ଟାରେ ସେ କପ୍ତିପଦାରୁ ବାହାରି ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରାତି ପ୍ରାୟ ୨ଟା ବେଳେ ଭୁବନେଶ୍ବରରୁ ସେମାନେ ଫେରିଥିଲେ କଟକ ଏସସିବିକୁ । କଟକ ଏସସିବିରେ ପହଞ୍ଚିବା ପରେ ସେଠାରେ ସୌମ୍ୟରଞ୍ଜନ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରୁ ତାଙ୍କୁ କଟକ ଅଶ୍ବିନୀ ହସ୍ପିଟାଲ ନେବା ପାଇଁ ଉଭୟ ପରିବାର ଲୋକେ କଥା ହେଉଥିବା ଉକ୍ତ ଡ୍ରାଇଭର କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ଘଟଣା ଘଟିବା ଦିନ ସେଠାରେ ଯିଏ ଉପସ୍ଥିତ ଥିଲେ ତାଙ୍କୁ ପଚରାଉଚରା କରାଯିବା ପରିବର୍ତ୍ତେ ମୋତେ କ’ଣ ପାଇଁ ପଚାରୁଛନ୍ତି । ଦୋଷୀକୁ ଦେଖିଲେ ତା ମୁହଁରୁ ଜଣାପଡିଯିବ ସିଏ ଦୋଷ କରିଛି କି ନାହିଁ । ପୋଲିସ ଏଣେତେଣେ ତଦନ୍ତ କରୁଛି । ମୁଁ ଯଦି କିଛି କହିବି ତେବେ ପୋଲିସ ଅଭିଯୁକ୍ତକୁ ଧରିଦେବ ବୋଲି ପ୍ରତିଶ୍ରୁତି ଦେଲେ ମୁଁ ଅନେକ କଥା କହିବି । ଏହା ସହିତ ସେଦିନ ଘଟଣା ଘଟିବା ବେଳେ ଯେଉଁମାନେ ଥିଲେ ସେମାନଙ୍କୁ ପଚରାଉଚରା କରିଲେ ମୁଖ୍ୟ ଅଭିଯୁକ୍ତ କିଏ ବାହାରିପଡିବ । ହେଲେ ପୋଲିସ ତା ମନଇଚ୍ଛା ତଦନ୍ତ କରୁଛି । ସବୁପରେ ସେଦିନ ରାତି ପ୍ରାୟ ୨ଟାରୁ ୩ଟା ସମୟରେ ଗାଡି ଏସସିବିରେ ପହଞ୍ଚିଥିବା ବେଳେ ସେଠାରେ ଯେତେବେଳେ ସୌମ୍ୟଙ୍କ ମୃତ୍ୟୁ ଘୋଷଣା ହେଲା ଦିନ ପ୍ରାୟ ୧୧ଟା ପାଖାପାଖି ବିଦ୍ୟାଭାରତୀଙ୍କୁ ସାଙ୍ଗରେ ଧରି ତାଙ୍କ ବାପା-ମାଆ ଫେରି ଆସିଥିଲେ ଗୌଡଗାଁ । ହେଲେ ରାସ୍ତାରେ ଆସିବା ସମୟରେ ବିଦ୍ୟାଭାରତୀଙ୍କ ମନରେ କୌଣସି ଦୁଃଖ ନ ଥିବା କଥା କହିଛନ୍ତି ଡ୍ରାଇଭର । କ୍ୟାମେରା ସାମ୍ନାରେ ସବୁ କଥା କହିବାକୁ ନାରାଜ ହୋଇଥିବା ବେଳେ କ୍ୟାମେରା ପଛରେ କିନ୍ତୁ ନ କହି ନ କହି ଅନେକ କଥା କହି ଦେଇଛନ୍ତି ସେ । ଡ୍ରାଇଭରଙ୍କ କଥାକୁ ଶୁଣିଲେ ବିଦ୍ୟାଭାରତୀ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ସନ୍ଦେହ ଅଧିକ ଦୃଢୀଭୂତ ହେଉଛି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା