ଡ୍ରଗ୍ସ ମାମଲାରେ ବିଳମ୍ବିତ ରାତିରେ ଗିରଫ ହେଲେ ବଲିଉଡ ଅଭିନେତା ଏଜଜାଜ ଖାନ

0

ନୂଆଦିଲ୍ଲୀ :ଡ୍ରଗ୍ସ ମାମଲାରେ ବଲିଉଡ ଅଭିନେତା ଏଜାଜ ଖାନ ଗିରଫ। ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ଗତକାଲି ରାତିରେ ଗିରଫ କରିଛି। ଟ୍ରଗ୍ସ ଲଡ୍ ଫାରୁଖ ବଟାଟା ଏବଂ ତାର ପୁଅ ଶାଦାବ ସହ ମିଶି ଏଜାଜ କାମ କରୁଛନ୍ତି ଓ ସିଣ୍ଡିକେଟରେ ସାମିଲ ଅଛନ୍ତି ବୋଲି ଏନସିବି ସନ୍ଦେହ କରୁଛି। ତେବେ ଏଜାଜଙ୍କୁ ଗତକାଲି ୨ ଘଣ୍ଟାର ପଚରାଉଚୁରା ପରେ ଏନସିବି ତାଙ୍କୁ ଗିରଫ କରିଛି।

ଏହା ପୂର୍ବରୁ ଏନସିବି ଡ୍ରଗ୍ସ ଲଡ୍ ଫାରୁଖ ବଟାଟାକୁ ପ୍ରାୟ ୮ ଘଣ୍ଟାର ପଚରାଉଚୁରା କରିବା ପରେ ଯିବାକୁ ଦେଇଥିଲା। ଫାରୁଖର ପୁଅ ଶାଦାବକୁ ଗତ ସପ୍ତାହରେ ଏନସିବି ରେଡ୍ କରିବା ସମୟରେ ଗିରଫ କରିଥିଲା। ଶାଦାବ ନିକଟରୁ ୨ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା। ଏହାପରେ ଶାଦାବକୁ ପଚରାଉଚୁରା ବେଳେ ବହୁ ସେଲିବ୍ରେଟିଙ୍କ ନାମ ସାମ୍ନାକୁ ଆସିଥିଲା।

ଏଜାଜ ଖାନ ମଙ୍ଗଳବାର ଦିନ ରାଜସ୍ଥାନରୁ ମୁମ୍ବାଇରେ ପହଞ୍ଚିବା ମାତ୍ରେ ଏନସିବି ତାଙ୍କୁ ନୋଟିସ ପଠାଇ ଗିରଫ କରିଛି। ତେବେ ଏନସିବି ଏଜାଜଙ୍କୁ ନେଇ ଅନ୍ଧେରୀ ଓ ଲୋଖଣ୍ଡୱାଲାରେ ବହୁ ସ୍ଥାନରେ ରେଡ କରିଛି। ତେବେ ଏହି ରେଡ ସମୟରେ ଡ୍ରଗ୍ସ ଜବତ ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ।

Leave A Reply

Your email address will not be published.