ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଟ୍ରକକୁ ପଛପଟୁ ଧକ୍କାଦେଲା ଆମ୍ବୁଲାନ୍ସ

0

ଯାଜପୁର : ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଲେ ମାନସ ରଞ୍ଜନ ସିଂ ।

ଖବର ଅନୁଯାୟୀ, ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲର ଏହି ଆମ୍ବୁଲାନ୍ସଟି ରୋଗୀ ଛାଡି ଭୁବନେଶ୍ବର ଫେରୁଥିବା ସମୟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି । ଖବର ପାଇ କୁଆଖିଆ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.