ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷର ନାବାଳକ ପୁଅ ଗିରଫ

0

ଝାରସୁଗୁଡା : ବାପାର ଅପରାଧୀ ସାମ୍ରାଜ୍ୟ ସମ୍ଭାଳିବାକୁ ଆଗକୁ ଆସିଲା ନାବାଳକ ପୁଅ। ବ୍ରଜରାଜନଗରରେ ପୁଣି ଖେଳିଲା ଆତଙ୍କରାଜ। ବ୍ରଜରାଜନଗରର ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ଜାତୀୟ ସୁରକ୍ଷା ଆଇନ ବଳରେ ଜେଲରେ ଥିବାବେଳେ ନାବାଳକ ପୁଅ ପ୍ରଥମ ଥର ପାଇଁ ବୁଧବାର ଜେଲ ଯିବ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ରାତିରେ ଚୁନାଭଟ୍ଟା ଅଞ୍ଚଳରେ ଦୁଇ ପରିବାର ବିବାଦ ଯୋଗୁଁ ଗୋଟିଏ ପରିବାରର ସଦସ୍ୟଙ୍କ ଡାକରାରେ ଯାଇଥିବା ସୋନୁ ଘୋଷର ନାବାଳକ ପୁଅ ଛୁରାମାଡ କରି ଜଣେ ଯୁବକଙ୍କୁ ଗୁରୁତର କରିଛି । ଗୁରୁତରଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରାଜନଗର ପୋଲିସ ଏହି ମାମଲାରେ ସୋନୁ ଘୋଷର ପୁଅ ସହ ଅନ୍ୟଜଣେ ସହଯୋଗୀ ରାହୁଲ ବାରିକକୁ ମଧ୍ୟ ଗିରଫ କରିଛି । ବୁଧବାର ସେମାନଙ୍କ କୋର୍ଟଚାଲାଣ କରାଯିବ।

Leave A Reply

Your email address will not be published.