ରାଞ୍ଚି : କୁଖ୍ୟାତ ନକ୍ସଲ ରମେଶ ଗଞ୍ଜୁକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ। ଗଞ୍ଜୁ ଓରଫ ଆଜାଦ ମୁଣ୍ଡ ଉପରେ ଲାଗିଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଗତ ୩୦ ବର୍ଷରେ ୩୦ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ଆଜାଦ ।
ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମରେ କୁଖ୍ୟାତ ନକ୍ସଲ ଗିରଫ ହୋଇଛି । ରମେଶ ବିରୋଧରେ ବିହାର ଏବଂ ଝାଡ଼ଖଣ୍ଡରେ ୪୫ରୁ ଅଧିକ ମାମଲା ରହିଛି। ଲ୍ୟାଣ୍ଡ ମାଇନ୍ ବିଛାଇବାରେ ମାହିର ଥିଲା ରମେଶ । ଝାଡ଼ଖଣ୍ଡ ପୋଲିସ ଅନୁସାରେ, ଗଞ୍ଜୁ ୩୦ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା ।