ଦୁଇ ପୁଅକୁ ହତ୍ୟା କଲା ମା

0

କୋଲକାତା: ପରକୀୟ ପ୍ରୀତିରେ କଣ୍ଟା ସାଜିଥିଲେ ଦୁଇ ପୁଅ । ସେମାନଙ୍କୁ ରାସ୍ତାରୁ ହଟାଇବା ପାଇଁ ମା’ ସୁପାରିକିଲରଙ୍କୁ ନିଯୁକ୍ତ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯାଗକୁ ନେଇ ରବିବାର ହୁଗୁଳି ଗୋଘାଟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ମହିଳା ଜଣକ ତାଙ୍କ ଦୁଇ ପୁଅଙ୍କୁ ହତ୍ୟା କରିଥିବାରୁ ତାଙ୍କୁ ବହୁତ ମାଡ଼ ଦିଆଯାଇଛି । ଏପର୍ଯ୍ୟନ୍ତ ମା’କୁ ଗିରଫ କରାଯାଇ ନାହିଁ । ଏହାକୁ ନେଇ ସାମନ୍ତଖଣ୍ଡ ଅଞ୍ଚଳରେ ବିକ୍ଷୋଭ ବୃଦ୍ଧି ପାଇବାରେ ଲାଗିଛି ।

 

ସ୍ଥାନୀୟ ସୂତ୍ର ଅନୁଯାୟୀ, ରବିବାର ସକାଳେ ସାମନ୍ତଖଣ୍ଡ ଅଞ୍ଚଳର ଜଣେ ମହିଳାଙ୍କ ଘର ଆଗରେ ଜଣେ ପୁଅର ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ପଡ଼ୋଶୀମାନେ ଏହା ଦେଖିବା ମାତ୍ରେ ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା କରି ଜାଣିବାକୁ ପାଇଲେ ଯେ ତାଙ୍କର ଅନ୍ୟ ପୁଅଟି ମଧ୍ୟ ମରିଯାଇଛି । ଘରଠାରୁ କିଛି ଦୂରରେ ଅନ୍ୟ ପୁଅର ଝୁଲନ୍ତା ମୃତଦେହ ମିଳିଥିଲା । ଏହା ପରେ ପଡୋଶୀମାନେ ଅଭିଯୋଗ କରିଥିଲେ ଯେ ମହିଳା ଜଣକ ପରକୀୟା ପ୍ରୀତିରେ ଆବଦ୍ଧ । ରାସ୍ତାର କଣ୍ଟା ହଟାଇବାକୁ ଯୋଜନା କରି ସେ ଦୁଇପୁଅଙ୍କୁ ହତ୍ୟା କରିଛି । ଏନେଇ ସୁପାରିକିଲର ମଧ୍ୟ ନିୟୋଜିତ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି ।

 

ତା’ପରେ ମହିଳାମାନେ ଏକ ମିଳିତ ମଞ୍ଚ ଗଠନ କରି ସମ୍ପୃକ୍ତ ମହିଳାକୁ ଘରୁ ଟାଣିନେଇ ମାଡ଼ ମାରିଥିଲେ । ଦିନସାରା ସାମନ୍ତଖଣ୍ଡ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା । ଜଣେ ବାସିନ୍ଦାଙ୍କ କହିବାନୁସାରେ, ସମ୍ପୃକ୍ତ ମହିଳା ଦୀର୍ଘଦିନ ଧରି ସଂପର୍କରେ ଥିଲେ । କେହି ଏତେକଥା ଜାଣି ନଥିଲେ । ଏହି ଘଟଣା ପରେ ପୂରା ଗାଁ ଏ ବିଷୟରେ ଜାଣିବାକୁ ପାଇଲା । ସେଥିପାଇଁ ପଡ଼ୋଶୀମାନେ ଉତ୍ତେଜିତ ହୋଇପଡ଼ିଥିଲେ ।

 

ସେ ଦାବି କରିଛନ୍ତି ଯେ, ମହିଳା ଜଣକ ଏହି ହତ୍ୟାରେ ସମ୍ପୃକ୍ତ ଅଛନ୍ତି । ଏହାକୁ ବିଭିନ୍ନ ପ୍ରଶ୍ନ ଉଠିଛି । ପୁଅମାନଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ପ୍ରେମିକ ମଧ୍ୟ ମହିଳାଙ୍କ ସହ ଜଡିତ ଥିଲେ କି? ଜଣେ ସୁପାରି କିଲର କିମ୍ବା ପ୍ରେମିକ ସହିତ ମିଶି ସେ ଦୁଇ ପୁଅଙ୍କୁ ହତ୍ୟା କରିଛି କି? ଏହି ସମୟରେ ମହିଳାଙ୍କ ପ୍ରେମିକ କେଉଁଠାରେ ଅଛନ୍ତି? ପୁଲିସ ଏସବୁର ତଦନ୍ତ କରୁଛି । ଏହା ବ୍ୟତୀତ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଖୋଜୁଛି ପୁଲିସ ।

Leave A Reply

Your email address will not be published.