ଦୁଇଟି ଦୋକାନରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

0

ଖୋର୍ଦ୍ଧା : ବୋଲଗଡ ବ୍ଲକର ସାନପଦର ପଂଚାୟତର ସାନପଦର ବଜାରରେ ଥିବା ଦୁଇଟି ଦୋକାନରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସର୍ଟସର୍କିଟ ଯୋଗୁଁ ଅପରାହ୍ନ ସମୟରେ ପ୍ରସନ୍ନ କୁମାର ମିଶ୍ରଙ୍କ ପୂଜା ସାମଗ୍ରୀ ଦୋକାନ ଓ ରାଜକିଶୋର ବରାଡଙ୍କ ସିମେଣ୍ଟ ଗୋଦାମରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବେଗୁନିଆ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ନିଆଁକୁ ଆୟତ କରିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି ।

 

 

Leave A Reply

Your email address will not be published.