ଦୁଇ ବାଇକ୍ ମୁହାଁମୁହିଁ ଧକ୍କା

0

ତେଲକୋଇ : ବାଇକ୍ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର । ମୃତକ ହେଲେ ନିପିଣ୍ଡା ଗାଁର ସୁକୁମନି ନାୟକ । ନିଜ ପୁତୁରା ସାଙ୍ଗରେ ଝିଆରୀ ଘର ଛାମୁଣ୍ଡା ପଞ୍ଚାୟତର ଶିରିଆବାହାଳ ଗାଁକୁ ଯାଉଥିବା ବେଳେ ବେଣା ଛକଠାରେ ଅପରପାର୍ଶ୍ବରୁ ଆସୁଥିବା ଆଉ ଏକ ବାଇକ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସୁକୁମନିଙ୍କର ମୃତ୍ୟୁ ଘଟିଥିଲା । ସୁକୁମନୀଙ୍କ ପୁତୁରା ଶୁବଳ ନାୟକ ଗୁରୁତର ଆହାତ ହୋଇଥିଲେ । ଉଭୟଙ୍କୁ ତେଲକୋଇ  ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସୁକୁମନୀଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ଘଟାଇଥିବା ବାଇକ୍ ଚାଳକ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.