ଦୁଇ କାର୍ ମୁହାଁମୁହିଁ ଧକ୍କା

0

ନୟାଗଡ : ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ନାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍ ଦୁର୍ଘଟଣାରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ରଙ୍ଗମାଟିଆ ନିକଟରେ ଦୁର୍ଘଟଣା ଘଟିଛି । ଅତିରିକ୍ତ ଜିଲ୍ଲାପାଳ ଫୁଲବାଣୀରୁ ଆସୁଥିବା ବେଳେ ଅନ୍ୟ ଏକ କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଜ୍ୟୋତିରଞ୍ଜନ ଗୁରୁତର ହୋଇଛନ୍ତି । ତାଙ୍କ ସମେତ ତାଙ୍କର ଅନ୍ୟ ଜଣେ ସହଯୋଗୀ ବିଭୂଦତ୍ତ ନାୟକ ମଧ୍ୟ ଗୁରୁତର ହୋଇଛନ୍ତି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୩ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଭୁବନେଶ୍ବରରୁ ବୌଦ୍ଧ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.