ଦୁଇ ଦୁର୍ଦ୍ଦାନ୍ତ ଲୁଟେରା ଗିରଫ

0

ଭୁବନେଶ୍ବର : ଭୁବନେଶ୍ବର ଖାରବେଳନଗର ପୋଲିସ ପଞ୍ଝାରେ ଦୁଇ ଦୁର୍ଦ୍ଦାନ୍ତ ଲୁଟେରା । ଗତ ସପ୍ତାହରେ ମାଷ୍ଟର କ୍ୟାଣ୍ଟିନ ଛକରେ ଝାରସୁଗୁଡାର ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ତାଙ୍କ ଭ୍ୟାନିଟି ବ୍ୟାଗରେ ଥିବା ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟି ନେଇଥିଲେ ।

ଲୁଟ୍ ସୁନା ଅଳଙ୍କାରକୁ ଚନ୍ଦ୍ରଶେଖରପୁର ମାନାପୁରମ୍ ଗୋଲ୍ଡ ଲୋନ୍‌ରେ ବନ୍ଧକ ରଖି ଟଙ୍କା ଉଠାଇଥିଲେ । ବିନା କାଗଜପତ୍ରରେ ଲୁଟେରାଙ୍କ ସୁନା ବନ୍ଧକ ରଖିଥିବାରୁ ମାନାପୁରମ୍ ଗୋଲ୍ଡ ଲୋନ୍ ର ମ୍ୟାନେଜର ଆଶିଷ କୁମାର ଗୟା ଗିରଫ ହୋଇଛନ୍ତି । ମହିଳାଙ୍କଠାରୁ ଲୁଟ୍ ହୋଇଥିବା ସୁନା ଗହଣା ଓ ଭ୍ୟାନିଟି ବ୍ୟାଗ ଜବତ କରିଛି ପୋଲିସ ।

Leave A Reply

Your email address will not be published.