ଦୁଇ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

0

ଭଦ୍ରକ : ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ହରିପୁରଠାରେ ଗୁଳି କରି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଭଦ୍ରକ ପୋଲିସ । ଗାଁ ପିଲା ବାହାରୁ ସାଙ୍ଗଙ୍କୁ ଡକାଇ ଲୁଟ୍ ପାଇଁ ଯୋଜନା କରିଥିଲା । ଏମିତି କି କେଉଁ ରାସ୍ତାରେ ଆସିବେ, କାହାକୁ ଲୁଟିବେ ଓ କେଉଁ ରାସ୍ତାରେ ଖସିବେ ସେ ନେଇ ମଧ୍ୟ ପୁରା ପ୍ଲାନ କରିଦେଖାଇଥିଲା । କିନ୍ତୁ ପୋଲିସ ତଦନ୍ତରେ ଜଣା ପଡିବା ପରେ ଚେନ୍ ଲୁଟେରା ସହ ସେହି ଯୁବକ କୁ ମଧ୍ୟ ଗିରଫ କରାଯାଇଛି ।ଜୁଲାଇ ମାସ ୨ ତାରିଖ ଦିନ ରାତି ସମୟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହରିପୁର ନିକଟରେ ସୁରେଶ ମହାରଣା ନାମକ ବ୍ୟକ୍ତିଙ୍କୁ ଅଜଣା ଦୁର୍ବୃତ୍ତ ଲୁଟ୍ କରିବା ସମୟରେ ସୁରେଶ ଓ ତାଙ୍କ ସମ୍ପର୍କୀୟ ଦୁର୍ବୃତ୍ତଙ୍କୁ ଧରିଥିଲେ । ଏହି ସମୟ ରେ ଦୁର୍ବୃତ୍ତମାନେ ସୁରେଶଙ୍କୁ ଏକାଧିକ ରାଉଣ୍ଡ ଗୁଡି ମାଡ କରିଥିଲେ ଓ ୪ଟି ସୁନା ମୁଦି, ସୁନା ହାର ଓ ମୋବାଇଲ ନେଇ ଖସିଯାଇଥିଲେ । ସୁରେଶ ଓ ତାଙ୍କ ସମ୍ପର୍କୀୟ ଗୁରୁତର ହୋଇଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତଙ୍କୁ ସ୍ଥାନୀୟ ଲୋକେ ଧରି ମାଡ ମାରିବା ସହ ପୋଲିସକୁ ଜିମା ଦେଇଥିଲେ । ପରେ ଉଦ୍ଧାର ଅଭିଯୁକ୍ତ ମେଡିକାଲରୁ ଚିକିତ୍ସା ପରେ ପୋଲିସକୁ ପ୍ଲାନ୍ ବିଷୟରେ ସୂଚନା ଦେଇଥିଲା । ପୋଲିସ ପରେ ହରିପୁର ଗ୍ରାମର ସଂଗ୍ରାମ ଦାସଙ୍କ ସହ ବାଲିପାଟଣା ଥାନା ଅଞ୍ଚଳର ପ୍ରସାଦ ଖୁଣ୍ଟିଆକୁ ଗିରଫ କରିଛି । ସଂଗ୍ରାମ ଦାସ ୨୦୧୮ ମସିହାରେ ଧାମନଗର ଥାନା ଅଞ୍ଚଳରେ ଡକାୟତି ଓ ୨୦୧୫ ମସିହାରେ ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଅପହରଣ ମାମଲାରେ ଗିରଫ ହୋଇଥିଲା । ସେମାନଙ୍କ ନିକଟରୁ ଅନୁସନ୍ଧାନ ବେଳେ ଦୁଇଟି ଜୀବନ୍ତ ଗୁଳି, ଦୁଇଟି ଖାଲି କ୍ୟାଟ୍ରିଜ୍, ଗୋଟିଏ ବାଇକ୍ ଜବତ କରାଯାଇଛି । ତେବେ ଖସିଯାଇଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ଭଦ୍ରକ ଏସଡିପିଓ ସାର୍ଥକ ରାୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.