ଦୁର୍ଘଟଣା ବାଇକ୍ ଚାଳକଙ୍କ ମୃତ

0

ରାଇରଙ୍ଗପୁର : ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକ ମୃତ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାନପାଖଣା ପଞ୍ଚାୟତର ବାଦଡା ଗ୍ରାମ ପାଣିଟାଙ୍କି ଛକରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ମଙ୍ଗଳୁ ମହାନ୍ତ । ଦୁର୍ଘଟଣାରେ  ଗୁରୁତର ଯୁବକଙ୍କୁ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.