ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା କଲେ ଦୁଷ୍କର୍ମକାରୀ

0

ନୂଆଦିଲ୍ଲୀ: ଗତକାଲି (ଶୁକ୍ରବାର) ଆଗ୍ରା ଜଙ୍ଗଲରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ଗଳା କାଟି ହତ୍ୟା କରାଯାଇଛି । ଅର୍ଦ୍ଧନଗ୍ନ ଅବସ୍ଥାରେ ମୃତଦେହ ପୋଖରୀରେ ପଡ଼ିଥିବାର ଦେଖିବାକୁ ମିଳିଥିଲା । ବେକରେ ଏକ ଲାଲ ରଙ୍ଗର ଦୁପଟା ଥିଲା । ମୃତ ଦେହର ଅବସ୍ଥା ଦେଖି ଗ୍ରାମବାସୀ ଦୁଷ୍କର୍ମ ପରେ ହତ୍ୟାକାଣ୍ଡ ହୋଇଛି ବୋଲି କହିଛନ୍ତି । ମୃତକଙ୍କ ପରିବାର ସଦସ୍ୟ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ହତ୍ୟାକୁ ନେଇ ଗ୍ରାମବାସୀ କ୍ରୋଧିତ ହୋଇଛନ୍ତି । ମୃତଦେହକୁ ପୋଖରୀରୁ ବାହାର କରିବା ପାଇଁ ପୋଲିସକୁ ବହୁ ସଂଘର୍ଷ କରିବାକୁ ପଡିଥିଲା ।

ନାବାଳିକାଙ୍କ ବାପା ଜଣେ ପରିବା ବ୍ୟବସାୟୀ । ନାବାଳିକାଙ୍କ ମା କହିଛନ୍ତି ଯେ, ସେ ଗାଧୋଉଥିଲେ । ଝିଅଟି ଶୌଚ ପାଇଁ ଘରୁ ବାହାରି ଯାଇଥିଲା । ଘର ଠାରୁ ୨୦୦ ମିଟର ଦୂରରେ ଜଙ୍ଗଲ ଅଛି । ଏକ ଘଣ୍ଟା ପରେ ମଧ୍ୟ ଯେତେବେଳେ ଝିଅ ଫେରି ନଥିଲା, ସେ ଚିନ୍ତିତ ଥିଲେ । ସ୍ୱାମୀଙ୍କ ସହ ସେ ଝିଅକୁ ଖୋଜିବା ଆରମ୍ଭ କଲେ । ପୁରା ଗାଁ ଖୋଜିବା ପରେ ଝିଅକୁ ପାଇ ନଥିଲେ ସେମାନେ । ଏପରିକି ଜଙ୍ଗଲର ସବୁଆଡେ ଖୋଜା ଯାଇଥିଲା । ହେଲେ ଝିଅର କୌଣସି ସୂଚନା ମିଳିଲା ନାହିଁ । ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତି କହିଥିଲେ ଯେ, ପୋଖରୀରେ ଜଣେ ଝିଅର ମୃତଦେହ ପଡ଼ିଛି । ସେମାନେ ଦୌଡ଼ିଯାଇ ସେଠାରେ ପହଞ୍ଚିଲେ । ମୃତଦେହ ମିଳିବା ମାତ୍ରେ ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଫିଲ୍ଡ ୟୁନିଟ୍ ଏବଂ ଡଗ୍ ସ୍କ୍ବାର୍ଡ ଡକାଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.