ଇଲେକ୍ଟ୍ରିକ୍ କାର୍ ‘ଇଭି୬’ ଲଞ୍ଚ୍ କଲା କିଆ

0

ନୂଆଦିଲ୍ଲୀ :  ଏଲନ ମସ୍କଙ୍କ ଟେସଲାକୁ କଡା ଟକ୍କର ଦେବା ପାଇଁ ଦକ୍ଷିଣ କୋରିଆର କାର୍ ନିର୍ମାତା କିଆ ଅଣ୍ଟା ଭିଡିଛି । କମ୍ପାନୀ ମଙ୍ଗଳବାର ନିଜର ଇଲେକ୍ଟ୍ରିକ୍ କାର୍ ଇଭି-୬କୁ ଲଞ୍ଚ୍ କରିଛି । କମ୍ପାନୀର ଏହା ପ୍ରଥମ ଇଲେକ୍ଟ୍ରିକ୍ ମଡେଲ୍ ଯାହା ଥରଟିଏ ଚାର୍ଜ ହେଲେ ୫୦୦ରୁ ଅଧିକ କିମି ଯାଇପାରିବ । ଏହି କାରର ୩୦ ହଜାର ୟୁନିଟ୍ ବିକ୍ରି କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଏହାସହ ଆସନ୍ତା ବର୍ଷ ୧ ଲକ୍ଷ ୟୁନିଟ୍ ବିକ୍ରି କରିବାକୁ କମ୍ପାନୀ ଯୋଜନା କରିଛି ।

ଇଭି୬ ହେଉଛି କମ୍ପାନୀର ପ୍ରଥମ ଇଲେକ୍ଟ୍ରିକ୍ କାର୍ । କମ୍ପାନୀ ଆହୁରି ୧୧ଟି ଇଲେକ୍ଟ୍ରିକ୍ କାର୍ ଲଞ୍ଚ୍ କରିବାକୁ ଯୋଜନା ରଖିଛି । ଏହି ସବୁକୁ ୨୦୨୬ ସୁଦ୍ଧା ମାର୍କେଟରେ ଲଞ୍ଚ୍ କରାଯିବ । ଏକ ଅନଲାଇନ୍ ଓ୍ୱାର୍ଲଡ୍ ପ୍ରିମିୟର ଇଭେଣ୍ଟରେ କମ୍ପାନୀ ନିଜର କ୍ରସ୍ ଓଭର ଇଭି୬କୁ ପ୍ୟାରେଣ୍ଟସ୍ ହ୍ୟୁଣ୍ଡାଇ୍ ମୋଟର ଗ୍ରୁପର ଇଲେକ୍ଟ୍ରିକ୍ ପ୍ଲାଟଫର୍ମରେ ପ୍ରଦର୍ଶିତ କରିଥିଲା । ଏହି ପ୍ଲାଟଫର୍ମରେ ଗତ ମାସରେ ହ୍ୟୁଣ୍ଡାଇ ବୋନିକ୍ ୫କୁ ପ୍ରଦର୍ଶିତ କରାଯାଇଥିଲା ।

ଇଭି୬ରେ ବ୍ୟାଟେରୀ ପ୍ୟାକର ଦୁଇଟି ଅପସନ୍ ଦିଆଯାଇଛି । ଗୋଟିଏ ବ୍ୟାଟେରୀ ଷ୍ଟାଣ୍ଡାର୍ଡ ୫୮ କିଲୋ ଓ୍ୱାଟର ଥିବା ବେଳେ ଅନ୍ୟଟି ୭୭.୪ କିଲୋ ଓ୍ୱାଟ ବିଶିଷ୍ଟ ।  ୮୦୦ ବୋଲ୍ଟ ସିଷ୍ଟମର ବଡ ବ୍ୟାଟେରୀକୁ ଥରେ ଚାର୍ଜ କଲେ ଏହା ୫୧୦ କିମି ଯାତ୍ରା କରିପାରିବ । ଯାହା ଆଇଓନିକ୍ ୫ର ୪୩୦ କିମି ଦୂରତା ବିଶିଷ୍ଟ ଡ୍ରାଇଭିଂ ରେଞ୍ଜରୁ ଅଧିକ । ଏହା ବ୍ୟତୀତ ୧୮ ମିନିଟରେ ବ୍ୟାଟେରୀର ୮୦ ପ୍ରତିଶତ ଆପଣ ଚାର୍ଜ କରିପାରିବେ । ଏହି କାରରେ ଆକର୍ଷଣୀୟ ଇଣ୍ଟେରିଅର୍ ଓ ଡିଜାଇନ୍ ରହିଛି ।

କିଆର ଏହି କାରର ଦାମ୍ ଭାରତୀୟ ମୁଦ୍ରାରେ ୩୦ରୁ ୩୬ ଲକ୍ଷ ଟଙ୍କା ମଧ୍ୟରେ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.