ଫେସବୁକ୍ ୟୁଜର୍ସଙ୍କ ପାଇଁ ଖୁସି ଖବର: ଏବେ ୧ ମିନିଟର ଭିଡିଓ କରି ରୋଜଗାର କରିପାରିବେ ଟଙ୍କା

0

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ନେଟଓ୍ବାର୍କିଂ ଜରିଆରେ ଟଙ୍କା ରୋଜଗାର କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର। ବିଶ୍ବର ସବୁଠାରୁ ବଡ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଲୋକଙ୍କୁ ଟଙ୍କା ରୋଜଗାର କରିବାର ସୁଯୋଗ ଦେଉଛି। ଫେସବୁକ୍ ଇଙ୍କ କ୍ରିଏଟର୍ସ (Facebook Inc) ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ଯେ, ନିଜର ପ୍ଲାଟଫର୍ମରେ କଣ୍ଟେଣ୍ଟ ବିଜ୍ଞାପନ ଜରିଆରେ ସର୍ଟ ଫର୍ମ ଭିଡିଓରୁ ରୋଜଗାର କରିବାର ଅନୁମତି ଦିଆଯିବ। କମ୍ପାନୀ ଏହି ଘୋଷଣା ଏକ ବ୍ଲଗ ଜରିଆରେ କରିଛି।

କମ୍ପାନୀ ନିଜର ବ୍ଲଗରେ କହିଛି, ଫେସବୁକ୍ ଏବେ କ୍ରିଏଟର୍ସଙ୍କୁ ଅଧିକ ଟଙ୍କା ଦେବାରେ ସାହାଯ୍ୟ କରିବ। ଯାହାକି କ୍ରିଏଟର୍ସଙ୍କୁ ଅଧିକ ଟଙ୍କା ରୋଜଗାର କରିବାରେ ସାହାଯ୍ୟ କରିବ। କ୍ରିଏଟର୍ସ ସର୍ଟ ଭିଡିଓ ତିଆରି କରି ବିଜ୍ଞାପନ ଜରିଆରେ ଟଙ୍କା ରୋଜଗାର କରିପାରିବେ। ଏଥିପାଇଁ କମ୍ପାନୀ ଯୋଜନା ପ୍ରସ୍ତୁତ କରୁଛି। ଏହାଛଡା ଫେସବୁକ୍ ଏହା ମଧ୍ୟ କହିଛି ଯେ, କେଉଁ କେଉଁ ପ୍ରଣାଳୀରେ ଫେସବୁକରେ ରୋଜଗାର କରିପାରିବ।

କମ୍ପାନୀ ଏବେ ସୋସିଆଲ ନେଟଓ୍ବର୍କରେ କଣ୍ଟେଣ୍ଟ କ୍ରିଏଟର୍ସଙ୍କ ପାଇଁ ବିମୁଦ୍ରୀକରଣ ବିକଳ୍ପ ବଢାଉଛି। କମ୍ପାନୀର କହିବା ଅନୁସାରେ, ଫେସବୁକରେ ୟୁଜର୍ସ ଗୋଟେ ମିନିଟ୍ ପର୍ଯ୍ୟନ୍ତର ଭିଡିଓ ତିଆରି କରି ଟଙ୍କା ରୋଜଗାର କରିପାରିବେ। ତେବେ ସର୍ତ୍ତ ଏହା ଯେ, ଏହି ଏକ ମିନିଟର ଭଡିଓରେ ଅତିକମରେ ୩୦ ସେକେଣ୍ଡର ବିଜ୍ଞାପନ ଚାଲିବା ଦରକାର। ସେଭଳି ତିନି ମିନିଟ୍ କିମ୍ବା ଏହାଠାରୁ ଅଧିକ ସମୟର ଭିଡିଓ ପାଇଁ ପ୍ରାୟ ୪୫ ସେକେଣ୍ଡର ବିଜ୍ଞାପନ ଦେଖାଯିବା ଦରକାର। ଏହାର ଅର୍ଥ ଆପଣଙ୍କୁ ପସନ୍ଦଯୋଗ୍ୟ କ୍ରିଏଟର୍ସଙ୍କୁ ତାଙ୍କର ଭିଡିଓରୁ ଅଧିକ ଟଙ୍କା ମିଳିବ। ଉଲ୍ଲେଖନୀୟ ଯେ, ପ୍ରଥମେ କେବଳ ତିନି ମିନିଟ୍ କିମ୍ବା ତା’ଠାରୁ ଅଧିକ ସମୟର ଭିଡିଓ ଉପରେ ଲୋକ ବିଜ୍ଞାପନ ସହିତ ରୋଜଗାର କରୁଥିଲେ, ଯେଉଁଥିରେ କୌଣସି ବିଜ୍ଞାପନ ୧ ମିନିଟର ପୂର୍ବରୁ ଦେଖାଯାଉନଥିଲା।

କମ୍ପାନୀର କହିବା ଅନୁସାରେ, ୟୁଜର୍ସ କିମ୍ବା ପେଜକୁ  ୬୦ ଦିନରେ ତାଙ୍କ ଭିଡିଓରେ ୬ ଲକ୍ଷ views ର  ଆବଶ୍ୟକତା ରହିବ। ଲାଇଭ ଭିଡିଓକୁ ନୂଆ ବିଜ୍ଞାପନ ପ୍ରଣାଳୀ ପାଇଁ ଲୋକଙ୍କ ଭିଡିଓକୁ ୬୦,୦୦୦ ମିନିଟ୍ ଦେଖାଯିବା ଜରୁରୀ ହେବ। କମ୍ପାନୀ ନିଜର ପସନ୍ଦଯୋଗ୍ୟ ପେଜକୁ ଏକ ‘ଷ୍ଟାର’ ସହିତ  ଟିପ୍ କରିବା ପାଇଁ ଏକ ନୂଆ ସୁବିଧା ଉପରେ ମଧ୍ୟ କାମ କରୁଛି। ଉଲ୍ଲେଖନୀୟ ଯେ, କମ୍ପାନୀ ପୂର୍ବରୁ ନିଜର ଇନଷ୍ଟାଗ୍ରାମ୍ ପ୍ଲାଟଫର୍ମରେ ଭିଡିଓ ଭିତରେ ବିଜ୍ଞାପନ ଦେଖାଇଥାଏ। କମ୍ପାନୀ ଏବେ ସେହି ବିଜ୍ଞାପନକୁ ଦେଖାଇବା ସହିତ ଏକ ନୂଆ ପ୍ରୟୋଗ କରୁଛି।

Leave A Reply

Your email address will not be published.