ଗଛ ଡାଳରୁ ଉଦ୍ଧାର ହେଲା ଗଳିତ ମୃତଦେହ

0

ମୋରଡା : ଗଛ ଡାଳରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ମୋରଡା ଥାନା ଅନ୍ତର୍ଗତ ଖୁରୁଣ୍ଟିଆ ଗ୍ରାମର ଜଣେ ବ୍ୟକ୍ତି ଗଛ ଡାଳରେ ବେକରେ ଗାମୁଛା ଲଗାଇ ଫାଶି ଲଗାଇଛନ୍ତି । ତେବେ ଶବଟି ପଚି ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଗ୍ରାମର କିଛି ଲୋକ ଯାଇ ଦେଖିବାକୁ ପାଇଥିଲେ ମୃତଦେହ । ଏହା ଦେଖି ସଙ୍ଗେ ସଙ୍ଗେ ପୋଲିସ ଖବର ଦେଇଥିଲେ । ତେବେ ଶବଟି ପ୍ରାୟ ୧୫ଦିନ ତଳର ବୋଲି ପୋଲିସ ସୂଚନା ଦେଇଛି । ଶବଟି ପାଖରେ ଏକ ଗ୍ଲାସ ଭିତରେ କିଛି ପରିମାଣରେ ମଦ, ଚପଲ ସହିତ ଲୁଙ୍ଗି ଜବତ କରିଛି ପୋଲିସ । ମୋରଡା ଥାନା ଅଧିନରେ କେହି ନିଖୋଜ ହୋଇଥିବା ବେଳେ ଏହି ଶବ ଉଦ୍ଧାର ହେବା ପରେ ଉକ୍ତ ଗ୍ରାମର ଝୁମକୀ ସିଂ ଜୋତା ଓ ଗାମୁଛାରୁ ଶବକୁ ଚିହ୍ନଟ କରିଥିଲେ । ସେ ତାଙ୍କ ବାପା ନାନା ସିଂ ।

 

ତେବେ ନାନା ସିଂ ଦୀର୍ଘ ୧୨ ଦିନ ତଳେ ସକାଳୁ ଶୌଚ ହେବାକୁ କହି ବାହାରି ଯାଇଥିଲେ ବୋଲି ତାଙ୍କ ସ୍ତ୍ରୀ ସୁଲୋଚନା ସିଂ କହିଛନ୍ତି । ଅପରପକ୍ଷରେ ନାନା ସିଂଙ୍କ ଝିଅ ଝୁମକି କହିଛନ୍ତି ଯେ, ସେ ବାଲେଶ୍ବର ଜିଲ୍ଲାକୁ ବିଲ କାମ ପାଇ ଯାଇଥିବେ ବୋଲି ଭାବିଥିଲୁ । ତେଣୁ ନିଖୋଜ ହୋଇଥିବା ଖବର ଥାନାରେ ଦେଇ ନଥିଲୁ । ତେବେ ଗ୍ଲାସରେ ଅଳ୍ପ ମଦ ରହିବା ନିଖୋଜ ଥିବା ଖବର ଥାନାରେ ନ ଜଣାଇବା ସନ୍ଦେହ ସୃଷ୍ଟି କରୁଛି । ତେବେ ମୋରଡା ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇ ବାରିପଦା ପଠାଇଛି । ପୋଲିସ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସି ପାରିବ ବୋଲି କୁହାଯାଇଛି । ଏନେଇ ୨୪/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି

Leave A Reply

Your email address will not be published.