ଗଛରେ ପିଟିହେଲା ବାଇକ୍ ଜଣେ ମୃତ

0

ଯାଜପୁର : ଯାଜପୁର ଜିଲ୍ଲା ପାଣିକୋଇଲି-କୋରାଇ ରାସ୍ତାର ଧନପୁର ନିକଟରେ ଗଛରେ ପିଟି ହେଲା ରିଜର୍ଭ ପୋଲିସ କର୍ମଚାରୀଙ୍କ ବାଇକ୍ । ଜଣେ ମୃତ, ଅନ୍ୟ ଜଣେ ଗୁରୁତର ।

ସୂଚନାଯୋଗ୍ୟ ଯେ, ଶନିବାର ଅପରାହ୍ନରେ ପାଣିକୋଇଲି ରିଜର୍ଭ ପୋଲିସର କର୍ମଚାରୀ ସମୀର ପ୍ରଧାନ ଏବଂ ତାଙ୍କ ସାଥୀ ପ୍ରଭାତ ଅମାନ୍ତ ସୁକିନ୍ଦା ଅଞ୍ଚଳରୁ କାମ ସାରି ପାଣିକୋଇଲି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ସମୀର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଭାତ ଅମାନ୍ତ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.