ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ବାଲିସମାଳା ଗାଁ ନିକଟ ସାଧୁ ଗୋସେଇଁ ମଠ ନିକଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର । ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର ହୋଇଛି । ବ୍ୟକ୍ତି ଜଣଙ୍କର ହାତ ବନ୍ଧା ହୋଇ ଝୁଲୁଥିବା ଲୋକେ ସକାଳୁ ସକାଳୁ ଦେଖିଥିଲେ । କୌଣସି ସ୍ଥାନରେ ଏହି ବ୍ୟକ୍ତି ଜଣଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ଏଠାରେ ଝୁଲାଇ ଚାଲି ଯାଇଥିବା ଦେଖଣାହାରୀ ସନ୍ଦେହ କରିଛନ୍ତି । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଗତପୁର ଥାନା ପଶ୍ଚିମକଛ ଅଞ୍ଚଳର ଅକ୍ଷୟ ସାମଲ ବୋଲି ଜଣାପଡିଛି। ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ୨୦କିଲୋମିଟର ଦୂରକୁ ଅକ୍ଷୟ ଆସିଲେ କେମିତି। ପରିବାର ଲୋକ ହତ୍ୟା ଅଭିଯୋଗ କଲେ। ପୋଲିସ ତଦନ୍ତ ପରେ ଜଣାପଡିବ ଅକ୍ଷୟ ଏଠାକୁ ଆସିଲେ କେମିତି ?
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା