ଗଛରୁ ଉଦ୍ଧାର ହେଲା ଝୁଲନ୍ତା ମୃତଦେହ

0

ଭଦ୍ରକ : ଗଛରୁ ଉଦ୍ଧାର ହେଲା ଝୁଲନ୍ତା ଅବସ୍ଥାରେ ମୃତଦେହ । ଭଦ୍ରକ ଜିଲ୍ଲା ଚରମ୍ପା ସ୍ଥିତ ୧୧୯ ନମ୍ବର ରେଲଓ୍ବେ ଗେଟ୍ ନୂଆ ମାଲଗୋଦାମ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ମୃତ ବ୍ୟକ୍ତି ଜଣକ ହେଲେ ଚରମ୍ପା ପାଟଣା ସାହି ତେଲଙ୍ଗା ଗଳି ଅଞ୍ଚଳର ଅଶୋକ କୁମାର ବେହେରା ।

ସୂଚନାଯୋଗ୍ୟ ଯେ, ଭଦ୍ରକ ଚରମ୍ପା ସ୍ଥିତ ୧୧୯ ନମ୍ବର ରେଲୱେ ଗେଟ୍ ନୂଆ ମାଲଗୋଦାମ ନିକଟରେ ଏକ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଜିଆରପି ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏନେଇ ଚାରିଆଡେ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ ।

Leave A Reply

Your email address will not be published.