ସୋନପୁର : ମହାନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ। ହୋଲି ଖେଳି ସାରିବା ପରେ ନଦୀକୁ ଗାଧୋଇବାକୁ ଯାଇ ଛାତ୍ର ଜଣଙ୍କ ବୁଡି ଯାଇଛନ୍ତି। ମୃତକ ଜଣଙ୍କ ହେଲେ ଦଶମ ଶ୍ରେଣୀର ଛାତ୍ର ସୁମିତ ମେହେର। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ସୁବର୍ଣ୍ଣପୁର ସହରରେ ଅଘଟଣ । ହୋଲି ଖେଳି ସାରି ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ । ମୃତକ ଜଣଙ୍କ ହେଲେ ୧୦ମ ଶ୍ରେଣୀ ଛାତ୍ର ସୁମିତ୍ ମେହେର । ଘର ସୋନପୁର ସହର ବ୍ଲକ ଛକ । ଆଜି ଛାତ୍ର ଜଣକ ହୋଲି ଖେଳି ସରିବା ପରେ ସମ୍ପର୍କୀୟଙ୍କ ସହିତ ସୋନପୁର ମହାନଦୀ ବ୍ରିଜ ତଳ ଘାଟକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ପାଣି ସ୍ରୋତରେ ଭାସି ଯାଇଥିଲେ । ଏହାପରେ ପରିବାର ଲୋକେ ତାଙ୍କୁ ସୋନପୁର ଡାକ୍ତରଖନାକୁ ଆଣିଥିଲେ । ହେଲେ ଡାକ୍ତର ଛାଙ୍କୁ ମୃତ ଘୋଷଣା କରିଥିଲେ ।