ଗାଧୋଇବାକୁ ଯାଇ ପାଣିରେ ବୁଡି ୨ ଭାଇ ମୃତ

0

ରେଢାଖୋଲ : ପାଣିରେ ବୁଡି ୨ ଭାଇଙ୍କ ସଲୀଳ ସମାଧି । ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଗଲେ । ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଚୁଡାପୁରୁଗ ଗାଁ ସୁରୁବାଲି ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ । ଗାଧୋଇବା ବେଳ କୌଣସି କାରଣ ବଶତଃ ପାଣିରେ ବୁଡିଯାଇଥିଲେ ଦୁଇ ଭାଇ । ଦୁଇ ଭାଇ ବୁଡିଯାଉଥିବା ଦେଖି ଗ୍ରାମବାସୀ  ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ।

ଗ୍ରାମବାସୀ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଖବର ଦେଇଥିଲେ ।  ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ବୁଡି ଯାଇଥିବା ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର କରିଥିଲେ ।  ମୃତକ ଦୁଇ ଜଣଙ୍କ ବୟସ ୬ ବର୍ଷ ଓ ୪ ବର୍ଷ ବୋଲି ଜଣାପଡିଛି ।  ମୃତଦେହ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।

Leave A Reply

Your email address will not be published.